Cattle Rescue: ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୯ ଗୋରୁ ଉଦ୍ଧାର; ଚାଳକ ଓ ହେଲପର ଅଟକ

Sep 21, 2026 - 10:30
Cattle Rescue: ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୯ ଗୋରୁ ଉଦ୍ଧାର; ଚାଳକ ଓ ହେଲପର ଅଟକ

"ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ଫାଣ୍ଡିରେ ଏକ ଜବତ ଗୋରୁବୋଝେଇ ପିକ୍‌ଅପ୍ ଥିବା ଦେଖିବାକୁ ମିଳିଛି।

ସେଥିରେ ଥିବା ୯ଟି ଗୋରୁ ଉଦ୍ଧାର ହୋଇଛି।Advertisment ସାହାରପଡ଼ା ଫାଣ୍ଡିରେ ସେହି ଜବତ ଗୋରୁ ବୋଝେଇ ପିକ୍‌ଅପ୍ ରହିଛି ସୂଚନା ଅନୁଯାୟୀ, ବନ ବିଭାଗକୁ ଖବର ମିଳିଥିଲା ଯେ ଏକ ଚୋରା କାଠ ବୋଝେଇ ପିକ୍‌ଅପ୍ ଢେଙ୍କିକୋଟରୁ କରଞ୍ଜିଆ ଅଭିମୁଖେ ଯାଉଛି।

ଏହାପରେ ବନ ବିଭାଗ କର୍ମଚାରୀମାନେ ତାର ପିଛା କରିଥିଲେ।

ପରେ ଦେଖିବାକୁ ମିଳିଲା ଯେ ଏକ ଗୋରୁ ବୋଝେଇ ପିକ୍‌ଅପ୍ ବି ତାର ପଛେ‌ପଛେ ଯାଉଛି।

ବନ ବିଭାଗ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ।

ତାପରେ ଉଭୟ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ଦୁଇ ଗାଡ଼ିର ପିଛା କରିଥିଲେ।

ତେବେ ଉଭୟ ଟିମ୍‌କୁ ଚକମା ଦେଇ ଚୋରା କାଠ ବୋଝେଇ ପିକ୍‌ଅପ୍ ଫେରାର୍ ହୋଇଯାଇଥିଲା।

କିନ୍ତୁ ପୁଲିସ୍ ଗୋରୁ ବୋଝେଇ ପିକ୍‌ଅପ୍କୁ ଧରିଥିଲେ।

ସେହି ଗାଡ଼ିର ଚାଳକ ଓ ହେଲପରକୁ ବି ଧରି ଥାନାରେ ଅଟକ ରଖିଥିବା ଜଣାଯାଇଛି।

ସାହାରପଡ଼ା ଫାଣ୍ଡିରେ ସେହି ଜବତ ଗୋରୁ ବୋଝେଇ ପିକ୍‌ଅପ୍ ରହିଛି।

Fire: ପାନପୋଷ ମାର୍କେଟରେ ଜଳିଗଲା ଚାରି ଦୋକାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)