Car Crashes Into Stationary Truck: ବ୍ରେକଡାଉନ୍ ହୋଇ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା କାର୍, ଜଣେ ମୃତ
ବ୍ରେକ୍ ଡାଉନ୍ ହୋଇ ଏନଏଚରେ ଛିଡା ହୋଇଥିଲା କଣ୍ଟେନର୍ ଟ୍ରକ । ଦ୍ରୁତ ଗତିରେ ଆସୁଥିବା କାର୍ ପଛରୁ ପିଟିହେଲା । ଘଟଣାସ୍ଥଳରେ କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୃତ, ଅନ୍ୟ ଜଣେ ଗୁରୁତର । ଆଜି ଭୋରରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଆରଡି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତା କଡକୁ ନେବା ପରେ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଟାଉନ ଓ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି ।
ଭଦ୍ରକ ଆରଡି ଛକ ନିକଟରେ ଦୁର୍ଘଟଣା
ବ୍ରେକଡାଉନ୍ ହୋଇ ପଡିଥିବା ଟ୍ରକକୁ ପଛରୁ ପିଟିଲା କାର୍
ଦୁର୍ଘଟଣାରେ କାରରେ ଥିବା ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।