Cannabis cultivators: ଗଞ୍ଜେଇ ଚାଷୀଙ୍କୁ ଖୋଜିଖୋଜି ବାନ୍ଧୁଛି ପୁଲିସ: ୯ ଗିରଫ, ୩୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

Oct 17, 2026 - 03:10
Cannabis cultivators: ଗଞ୍ଜେଇ ଚାଷୀଙ୍କୁ ଖୋଜିଖୋଜି ବାନ୍ଧୁଛି ପୁଲିସ: ୯ ଗିରଫ, ୩୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

"ଫୁଲବାଣୀ: ଗଞ୍ଜେଇମୁକ୍ତ କନ୍ଧମାଳ ଅଭିଯାନକୁ ପୁଲିସ ଏବେ ଜୋରଦାର କରିଥିବା ବେ‌ଳେ ବେଆଇନ ଗଞ୍ଜେଇ ଚାଷୀଙ୍କୁ ଖୋଜି ଖୋଜି ବାନ୍ଧୁଛି।

ଆଜି ୯ ବେଆଇନ ଗଞ୍ଜେଇ ଚାଷୀଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମପଞ୍ଚାୟତ ରାଇଗଡ଼ ଗ୍ରାମର ମହେଶ୍ବର କହଁର (୩୫), ଢାକୁଡ଼ି ଗ୍ରାମର ରାଜୀବ ମଲିକ (୩୦), ରୁକୁପଦର ଗ୍ରାମର ମାନସ ମଲିକ (୨୪) ଓ ପବିତ୍ର ମଲିକ (୪୦), ବାଲିଗୁଡ଼ା ଥାନା ଅନ୍ତର୍ଗତ ରୁଟୁଙ୍ଗିଆ ଗ୍ରାମର ବେଣୁଧର ପ୍ରଧାନ (୪୦), ବୌଦ୍ଧ କଣ୍ଟାମାଳ ଥାନା ଅନ୍ତର୍ଗତ ରେଗଡୁଲୁ ଗ୍ରାମର ମୁକ୍ତେଶ୍ବର କର୍ମୀ (୨୮), ପିପଲପଲ୍ଲୀ ଗ୍ରାମର ସନ୍ତୋଷ ସାହୁ (୨୨), ବାଦୁଲ ଗ୍ରାମର ସମ୍ରାଟ ଭୋଇ (୩୪) ଓ ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୁସୁରୁମାହା ଗ୍ରାମର ନକୁଳ ମାଝୀ (୩୧)।

ଏମାନେ ଗତ କିଛି ବର୍ଷ ଧରି ଗୋଛାପଡ଼ା ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ସଫା କରି ସ୍ଥାନୀୟ ଆଦିବାସୀଙ୍କୁ ଲଗାଇ ବ୍ୟାପକ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରି ଆସୁଥିଲେ।

Advertisment Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଉଠାଜଳସେଚନ ପଏଣ୍ଟ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଗଞ୍ଜେଇ ଚାଷ ପାଇଁ ବ୍ୟବହାର କରି ଆସୁଥିଲେ।

ଏମାନେ ଚାଷ କରିଥିବା ୩୦ ଏକର ଜମିରୁ ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି।

ଏହା ସହିତ ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ରାସାୟନିକ ସାର ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

ଗତ ସପ୍ତାହରେ କନ୍ଧମାଳ ପୁଲିସ ୩ ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରିଥିଲା।

କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଚାଷ କରିଥିବା ଗଞ୍ଜେଇ ଚାଷୀଙ୍କୁ ଟାର୍ଗେଟ୍‌ କରାଯାଇଛି।

ଏହା ପରେ ବେଆଇନ ଗଞ୍ଜେଇ ଚାଷ ଓ ନିଶା କାରବାରରେ ଅର୍ଥ ଲଗାଇଥିବା ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସଦର ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ବାଳ, ଗୋଛାପଡ଼ା ଥାନାଧିକାରୀ ଶୁଭ୍ରଜିତ ସାମନ୍ତରାୟ, ସବ୍ଇନ୍ସପେକ୍ଟର ଅଶୋକ ପରିଡ଼ା ଉପସ୍ଥିତ ଥିଲେ।

Demand: ଲଦାଖ ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା ବିଫଳ, ୨୨ରେ ପୁଣି ବୈଠକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)