Cancer treatment: କର୍କଟ ଆକ୍ରାନ୍ତ ପୁଅର ଚିକିତ୍ସାରେ ଅର୍ଥ ବାଧକ: ବିଧବା ମାଆ ମାଗୁଛି ବଦାନ୍ୟଙ୍କ ସହଯୋଗ
"ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ୍ ବଇଁଚୁଆ ପଞ୍ଚାୟତ ସାନ ବଇଁଚୁଆ ଗ୍ରାମର ଲକ୍ଷ୍ମଣ କୁମାର ସାହୁ(୪୦) ବର୍ଷେ ହେଲାଣି କର୍କଟ ରୋଗରେ ଆକ୍ରାନ୍ତ।
ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି।
ତେଣୁ ଜୀବନ ସହ ସଂଘର୍ଷ କରିକରି ସେ ଘରେ ପଡ଼ିରହିଛନ୍ତି।
ପ୍ରତିଦିନ ଆଖି ଆଗରେ ରୋଗାକ୍ରାନ୍ତ ଏକମାତ୍ର ପୁଅର କଷ୍ଟ ଯନ୍ତ୍ରଣା ଦେଖି ସହିପାରୁନାହାନ୍ତି ବିଧବା ମାଆ।
ତେଣୁ କୌଣସି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ତାଙ୍କୁ ସହଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।
Advertisment Nabarangpur: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ମାସ ବିତିଲା; ମେଡିକାଲ କଲେଜ ପାଇଁ ବାହାରିଲାନି ବିଜ୍ଞପ୍ତି ଲକ୍ଷ୍ମଣଙ୍କ ପରିବାର କହିଲେ ପତ୍ନୀ କୁନିଲତା ପ୍ରଧାନ, ତିନି ବର୍ଷର ପୁଅ ଓ ବିଧବା ମାଆ ମୂଷି ଦେଇ।
ଲକ୍ଷ୍ମଣଙ୍କ ବାପା ୩ବର୍ଷ ତଳେ ଇହଧାମ ତ୍ୟାଗ କରିଛନ୍ତି।
ସେବେଠୁ ଲକ୍ଷ୍ମଣ ହିଁ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ।
ଭଲ ରଙ୍ଗ ମିସ୍ତ୍ରି ହୋଇଥିବାରୁ ସେ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ କାମ କରି ଭଲରେ ପରିବାର ପ୍ରତିପୋଷଣ କରୁଥିଲେ।
କିନ୍ତୁ ବର୍ଷକ ତଳେ ହଠାତ୍ ଦିନେ ତାଙ୍କ ହସଖୁସିର ଛୋଟ ସଂସାର ଉପରକୁ ମାଡ଼ିଆସିଲା କଳା ବାଦଲ।
ସେ କର୍କଟ ପୀଡ଼ିତ ବୋଲି ଜଣାପଡ଼ିବା ପରେ ପରିବାରରେ କାନ୍ଦବୋବାଳି ପଡ଼ିଗଲା।
Judgement: ରାଜ୍ୟସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ ଲକ୍ଷ୍ମଣଙ୍କ ପାଟିରେ ହୋଇଥିବା ଛୋଟ ଘା"ଟି ମୁଖ କର୍କଟଜନିତ କ୍ଷତ ବୋଲି ପରୀକ୍ଷାରୁ ଜଣାପଡ଼ିଲା।
ଆୟୁଷ୍ମାନ କାର୍ଡ ବଳରେ ଓ ଧାର କରଜ କରି ପରିବାର ଲୋକେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ।
କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା।
କର୍କଟ ଯେଉଁ ଷ୍ଟେଜ୍ରେ ପହଞ୍ଚିଥିଲା, ସେଥିପାଇଁ ଚିକିତ୍ସା ଖର୍ଚ୍ଚ ବାବଦକୁ ଅଧିକ ଅର୍ଥ ଦରକାର ପଡ଼ିଲା।
ଏମିତିକି ତାଙ୍କୁ ହସ୍ପିଟାଲ୍ରୁ ଘରକୁ ଫେରିବାକୁ ପଡ଼ିଲା।
ଏବେ ସେ ଘରେ ରୋଗଶଯ୍ୟାରେ।
ତେଣୁ ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ମାଆ ମୂଷି ଦେଇ ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
ଏଥିସହିତ କୌଣସି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହଯୋଗ କରି ତାଙ୍କ ସଂସାରକୁ ରକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।