Cancer: କ୍ୟାନସର୍ ମୁକାବିଲା: ଘରୋଇ ସଂସ୍ଥା ସହଯୋଗ ଲୋଡ଼ିଲେ ମନ୍ତ୍ରୀ
"ଭୁବନେଶ୍ବର: କ୍ୟାନସର୍ ରୋଗର ମୁକାବିଲା ଲାଗି ରାଜ୍ୟ ସରକାରବ୍ୟାପକ ଉଦ୍ୟମ କରୁଛନ୍ତି।
ମୁଖ୍ୟମନ୍ତ୍ରୀ କ୍ୟାନସର ଯତ୍ନ ଯୋଜନା ପାଇଁ ୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ତେବେ ଏହି ରୋଗର ବ୍ୟାପକ ମୁକାବିଲାରେ ସହଯୋଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.
ମୁକେଶ ମହାଲିଙ୍ଗ ରାଜ୍ୟରେ କାରବାର କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। "ଫିକି" ପକ୍ଷରୁ ଆୟୋଜିତ "ଅଙ୍କୋ ଫାର୍ମା-୨୦୨୬" ରାଉଣ୍ଡଟେବୁଲ୍କୁ ସମ୍ବୋଧିତ କରି ସେ କହିଲେ, ଘରୋଇ ସଂସ୍ଥାଗୁଡ଼ିକ ନିଜ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପାଣ୍ଠିର ଉପଯୋଗ କରି ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ଓ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ ଭ୍ୟାନ୍ ମୂତୟନ କରିପାରିବେ।
Advertisment ଆହୁରି ପଢନ୍ତୁ: MMDR 2026 controversy ବକେୟା ଖଣି ଟିକସ ଆଦାୟ ହେଲେ ପ୍ରତି ଓଡ଼ିଆଙ୍କୁ ମିଳିବ ୨୨ହଜାର: କଂଗ୍ରେସ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ସହ ସହଯୋଗିତା କରିବାକୁ ମଧ୍ୟ ସେମାନଙ୍କୁ ସେ ଆହ୍ବାନ ଦେଇଥିଲେ।
ଗ୍ରାମାଞ୍ଚଳରେ କ୍ୟାନସର ରୋଗର ନିଦାନ ଓ ସ୍କ୍ରିନିଂରେ ସହଯୋଗ କରିବାକୁ ସେ ଘରୋଇ ସଂସ୍ଥା, ଶିଳ୍ପ ସଂସ୍ଥା ଓ ପ୍ରଯୁକ୍ତି ଷ୍ଟାର୍ଟଅପ୍ଗୁଡ଼ିକୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ସଭାପତି ଜଗନ୍ନାଥ ପି ନାୟକ କ୍ୟାନସର ରୋଗ ପାଇଁ ପରିବାର ଉପରେ ପଡ଼ୁଥିବା ଆର୍ଥିକ, ଆବେଗିକ ଓ ସାମାଜିକ ବୋଝ ଉପରେ ଆଲୋକପାତ କରିଥିଲେ।
ଏହି ରୋଗ ପାଇଁ ଆସୁଥିବା ଉନ୍ନତ ଔଷଧ ଓ ଚିକିତ୍ସା ପଦ୍ଧତି ଗ୍ରାମାଞ୍ଚଳରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେବାକୁ ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ଦୁର୍ଗା ମାଧବ ଶତପଥୀ, ଡ୍ରଗ୍ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
