Canadian cities: କାନାଡା ସହରରେ ଗଛଙ୍କୁ ସ୍ବତନ୍ତ୍ର ଅଧିକାର
"କାନାଡାର ଏକ ଛୋଟ ସହର ଗଛମାନଙ୍କୁ ଜୀବନ୍ତ ନାଗରିକ ଭାବେ ସ୍ବୀକାର କରି ସେମାନଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛି।
ଏହି ସହରର ନାମ ଟେରାସ୍-ଭୋଡ୍ରିୟୁ।
ଏହି ସହରର ପରିଷଦ ବୈଠକରେ ସଂକଳ୍ପ ପାରିତ କରାଯାଇ ଗଛମାନେ ବଞ୍ଚିବା, ପ୍ରାକୃତିକ ଭାବେ ବଢ଼ିବା ଓ ବଂଶ ବିସ୍ତାର କରିବା ଭଳି ଅଧିକାରର ହକ୍ଦାର ବୋଲି ଗ୍ରହଣ କରାଯାଇଛି।
ଉକ୍ତ ସହରର ମେୟର୍ ମାଇକେଲ୍ ବୁର୍ଡୋଙ୍କ ଅନୁସାରେ ତାଙ୍କ ଦେଶର ଚଳଚ୍ଚିତ୍ର ନିର୍ମାତା ଅନ୍ଦ୍ରେ ଡେସ୍ରୋଚର୍ସଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେଠାକାର ଅଧିବାସୀ ଆଧିକାରିକ ଭାବେ ଗଛଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛନ୍ତି।
Advertisment Education: ଖଣି ଅଞ୍ଚଳରେ ଓଏମ୍ସିର ଶିକ୍ଷା ପଦକ୍ଷେପ କାନାଡାର ପ୍ରଥମ ମ୍ୟୁନିସିପାଲିଟି ଭାବେ ଟେରାସ୍-ଭୋଡ୍ରିୟୁ "ଗଛର ସାର୍ବଜନୀନ ଅଧିକାର ଘୋଷଣାନାମା"ରେ ମଧ୍ୟ ସ୍ବାକ୍ଷର କରିଛି, ଯାହାକୁ ପ୍ରମୁଖ ଅନ୍ତର୍ଜାତୀୟ ପରିବେଶ ସଂଗଠନମାନେ ମିଶି ପ୍ରସ୍ତୁତ କରିଛନ୍ତି।
ଏବେ ଉକ୍ତ ସହରର ଗଛଙ୍କୁ ଆଇନଗତ ସୁରକ୍ଷା ମିଳିବ।
ଏହା ଫଳରେ ସହରର ସବୁଜ ଭିତ୍ତିଭୂମି ବୃଦ୍ଧି ପାଇବା ସହିତ ବାୟୁର ମାନରେ ଉନ୍ନତି ହେବ ଏବଂ ଜଳ ଉତ୍ସ ଓ ଜୈବବିବିଧତାକୁ ସୁରକ୍ଷା ମିଳିବ ବୋଲି ଆଶା କରାଯାଉଛି।
ମେୟର୍ ମାଇକେଲ୍ଙ୍କ କହିବା ଅନୁସାରେ କିଛି ବର୍ଷ ମଧ୍ୟରେ ସହରର ଅଧିବାସୀମାନେ ତିନିଥର ବନ୍ୟାର ସମ୍ମୁଖୀନ ହୋଇଥିବାରୁ ସେମାନେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଖୁବ୍ ସଚେତନ ହୋଇଯାଇଛନ୍ତି।
ତେଣୁ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ପାଇଁ ସେମାନେ ଗଛମାନଙ୍କୁ ଶ୍ରେଷ୍ଠ ସାଥୀ ବୋଲି ବିଚାର କରୁଛନ୍ତି।
Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ"