Canada: କାନାଡ଼ାରେ ବିମାନ ଉଡ଼ାଣ ତାଲିମ ବେଳେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

Sep 21, 2026 - 22:57
Canada: କାନାଡ଼ାରେ ବିମାନ ଉଡ଼ାଣ ତାଲିମ ବେଳେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: କାନାଡ଼ାରେ ଏକ ବିମାନ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି।

ଉଡ଼ାଣ ତାଲିମ ନେଉଥିବାବେଳେ ସେମାନେ ଯାତ୍ରା କରୁଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ମିସନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମୃତ ୨ ଛାତ୍ର ହେଉଛନ୍ତି ତାମିଲନାଡ଼ୁର ମନୋଜ ଶିବକୁମାର ଏବଂ ପୁଡ଼ୁଚେରୀର ଶ୍ରୀଶରଣ।Advertisment ଆହୁରି ପଢନ୍ତୁ :Odisha Teachers" Issues ସରକାରଙ୍କୁ ମିଳିଲା ଶିକ୍ଷକଙ୍କ ସମସ୍ୟାର ରିପୋର୍ଟ କାନାଡ଼ାର ଭାଙ୍କୋଭରସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି।

ଏକ୍ସରେ ଏକ ପୋଷ୍ଟ୍‌ କରି ଭାରତୀୟ ବାଣିଜ୍ୟିକ ରାଷ୍ଟ୍ରଦୂତ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ଦୁଇ ଛାତ୍ରଙ୍କ ମରଶରୀର ଭାରତକୁ ପଠାଇବା ପ୍ରକ୍ରିୟାରେ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)