Cabinet Extends PM-KISAN Scheme: କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା

Jul 31, 2026 - 18:08
Cabinet Extends PM-KISAN Scheme: କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ଆଉ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା। ଏନେଇ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍-କିଷାନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମୋଦନ ମିଳିଛି। ଏହି ବିସ୍ତାର ପାଇଁ ସରକାର ୩ ଲକ୍ଷ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବେ। ଯୋଜନା ଅନୁସାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।

୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏପର୍ଯ୍ୟନ୍ତ ୪ ଲକ୍ଷ ୪୭ ହଜାର କୋଟି ଟଙ୍କାରୁ ଅଧିକ ରାଶି ଚାଷୀଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି। ସରକାରଙ୍କ କହିବା ଅନୁସାରେ, ଏହି ସହାୟତା ଚାଷୀଙ୍କୁ ବିହନ, ସାର, ଜଳସେଚନ ଓ କୃଷି ଉପକରଣ କିଣିବାରେ ସହାୟକ ହେଉଛି। ନୀତି ଆୟୋଗର ମୂଲ୍ୟାଙ୍କନରେ ମଧ୍ୟ ଯୋଜନାର ସକାରାତ୍ମକ ପ୍ରଭାବ ସାମ୍ନାକୁ ଆସିଛି। ସରକାରଙ୍କ ଆଶା, ଏହି ନିଷ୍ପତ୍ତି ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।