Bus Rams into Truck: ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା; ବସରେ ଲାଗିଲା ନିଆଁ, ୮ ଜଣ ମୃତ
ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍-କଣ୍ଟେନର ଧକ୍କାରେ ୮ ଯାତ୍ରୀଙ୍କ ଘଟିଛି। ୨୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାଜସ୍ଥାନ ଦୌସାରେ ବସ୍ ଓ କଣ୍ଟେନର ମଧ୍ୟରେ ଧକ୍କା ହୋଇ ଯାଇଛି ଜୀବନ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଘଟିଛି ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା।
ବସରେ ମୋଟ୍ ୩୭ ଯାତ୍ରୀ ଥିଲେ। ବସଟି ହରିଦ୍ବାରରୁ ଇନ୍ଦୋର ଆସୁଥିବ ବେଳେ ଏ ଦୁର୍ଘଟଣା ଘଟିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୌସା ପୋଲିସ ଅଧୀକ୍ଷକ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ଅଗ୍ନିକାଣ୍ଡର କାରଣ ନେଇ ତନାଘନା ଚାଲିଛି।