30 JULY 2026

Welcome!

Unlock your personalized experience.
Sign Up

Bus driver's house: ପୂର୍ବତନ ବସ୍ ଡ୍ରାଇଭରଙ୍କ ଘରୁ ନଗଦ ୨୦ କୋଟି, ୧୫ କେଜି ସୁନା ଜବତ

Jul 30, 2026 - 03:54
Bus driver's house: ପୂର୍ବତନ ବସ୍ ଡ୍ରାଇଭରଙ୍କ ଘରୁ ନଗଦ ୨୦ କୋଟି, ୧୫ କେଜି ସୁନା ଜବତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୨୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୧୫ କିଲୋଗ୍ରାମ ଓଜନର ସୁନା ଜବତ କରିଛି। ପୂର୍ବତନ ସରକାରୀ ବସ୍ ଡ୍ରାଇଭର ତଥା ବର୍ତ୍ତମାନର ପଥର ବ୍ୟବସାୟୀ ମିନାର ମଣ୍ଡଳଙ୍କ ଦେଉଚା ଗ୍ରାମରେ ଥିବା ବାସଭବନ ଉପରେ ପୁଲିସ ବୁଧବାର ଚଢ଼ଉ କରିଥିଲା। ଗୁପ୍ତ ତଥ୍ୟ ଆଧାରରେ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍‌ରେ ଘର ଭିତରୁ ୩୫ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ନଗଦ ଟଙ୍କା ଜବତ କରାଯାଇଛି। ନୋଟ୍ ଗଣିବା ପାଇଁ ପୁଲିସ ପକ୍ଷରୁ ୫ଟି କାଉଣ୍ଟିଂ ମେସିନ୍ ଏବଂ ଟଙ୍କା ରଖିବା ପାଇଁ ୫ଟି ବଡ଼ ବାକ୍ସ  ଅଣାଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ନଗଦ ଟଙ୍କା ପରିମାଣ ୨୦ କୋଟି ଟପି ସାରିଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଥିଲା।

Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ

ସୂଚନା ଅନୁଯାୟୀ, ମିନାର ମଣ୍ଡଳଙ୍କ ବାସଭବନରୁ ନଗଦ ଟଙ୍କା ସହିତ ୧ କିଲୋଗ୍ରାମ ଓଜନର ୧୪ଟି ସୁନା ବିସ୍କୁଟ୍‌ ଏବଂ ୧୦୦ ଗ୍ରାମ୍‌ ଓଜନର ୧୦ଟି ସୁନା ବାର୍ ଜବତ ହୋଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧.୫ କୋଟି ଟଙ୍କା ହେବ। କିଛି ବର୍ଷ ପୂର୍ବେ ମିନାର ସରକାରୀ ବସ୍ ଡ୍ରାଇଭର ପଦରୁ ଇସ୍ତଫା ଦେଇ ନିଜ ସମ୍ପର୍କୀୟ ତଥା ସ୍ଥାନୀୟ ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ସହ ମିଶି ପଥର ବ୍ୟବସାୟ ଆରମ୍ଭ କରିଥିଲେ। ଜବତ ହୋଇଥିବା ବିପୁଳ ସମ୍ପତ୍ତି ବେଆଇନ ପଥର ଓ ବାଲି ମାଫିଆ ସିଣ୍ଡିକେଟ୍‌ର କଳାଧନ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ମିନାର ମଣ୍ଡଳ ଏବଂ ତାଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଲିସର ଏହି ସଫଳତାକୁ ପ୍ରଶଂସା କରିବା ସହ ବାଲି ଓ ପଥର ମାଫିଆଙ୍କ ବିରୋଧରେ ଏହା ଏକ ବଡ଼ ପ୍ରହାର ବୋଲି କହିଛନ୍ତି।

Investigation: କମର୍ଦ୍ଦା, ହାତୀହୁଡ଼ିରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କ ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।