Burning: ଗରମ ଖାଦ୍ୟ ଖାଇ ଜିଭ ପୋଡ଼ିଗଲେ କ’ଣ କରିବେ?

Sep 16, 2026 - 19:40
Burning: ଗରମ ଖାଦ୍ୟ ଖାଇ ଜିଭ ପୋଡ଼ିଗଲେ କ’ଣ କରିବେ?

"ଭୁବନେଶ୍ବର: ଗରମ ଚା", କଫି କିମ୍ବା ଖାଦ୍ୟ ଖାଇବା ସମୟରେ ଅସାବଧାନତା ଯୋଗୁଁ ଅନେକ ସମୟରେ ଜିଭ ପୋଡ଼ିଯାଏ।

ଏହା ପରେ ଜିଭରେ ଜଳାପୋଡ଼ା, ଯନ୍ତ୍ରଣା ଓ ଛୁଇଁଲେ ଚିମୁଟିବା ଭଳି ଅନୁଭବ ହୋଇପାରେ।

ଏପରି ସ୍ଥିତିରେ ଖାଇବା ଓ ପିଇବା ସମୟରେ ଅସୁବିଧା ହୁଏ।

ତେବେ ଜିଭ ପୋଡ଼ିଗଲେ ତୁରନ୍ତ କିଛି ସରଳ ଉପାୟ ଆପଣଙ୍କୁ ଆରାମ ଦେଇପାରେ।

Advertisment ଜାଣନ୍ତୁ ଘରୋଇ ଉପଚାର ଥଣ୍ଡା ପାଣି ପିଅନ୍ତୁ: ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଜିଭ ଗରମ ଖାଦ୍ୟ କିମ୍ବା ପାନୀୟରେ ପୋଡ଼ିଗଲେ ପ୍ରଥମେ ଏକ ଗ୍ଲାସ୍ ଥଣ୍ଡା ପାଣି ଧୀରେ ଧୀରେ ପିଇବା ଉଚିତ।

ଏହାପରେ ଛୋଟ ବରଫ ଖଣ୍ଡକୁ ପାଟିରେ ରଖି ଧୀରେ ତରଳିବାକୁ ଦିଅନ୍ତୁ।

ଏହା ଜିଭକୁ ଥଣ୍ଡା ଅନୁଭବ ଦେଇ ଜଳାପୋଡ଼ା କମାଇବାରେ ସାହାଯ୍ୟ କରିପାରେ।

ତେବେ ବରଫକୁ ଜିଭ ଉପରେ ଜୋରରେ ଚାପି ଧରନ୍ତୁ ନାହିଁ।

ଥଣ୍ଡା କ୍ଷୀର ଓ ଦହିରୁ ମିଳିପାରେ ଆରାମ: ଘରେ ଥଣ୍ଡା ପାଣି କିମ୍ବା ବରଫ ନଥିଲେ ଥଣ୍ଡା କ୍ଷୀରରେ କୁଳି କରିବା ଏକ ବିକଳ୍ପ ହୋଇପାରେ।

ଏହା ସହିତ ଏକ ଚାମଚ ସାଧା ଦହି କିଛି ସମୟ ପାଟିରେ ରଖିପାରିବେ।

ଦହିରେ ଲୁଣ କିମ୍ବା ଚିନି ମିଶାଇବା ଉଚିତ ନୁହେଁ।

ଥଣ୍ଡା ଖାଦ୍ୟ ଜିଭକୁ ଆରାମ ଦେଇପାରେ ବୋଲି ବିଶେଷଜ୍ଞଙ୍କ ପରାମର୍ଶରେ କୁହାଯାଇଛି।

କିଛି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ: ଜିଭ ପୋଡ଼ିଯିବା ପରେ କିଛି ଦିନ ଅତ୍ୟଧିକ ଗରମ ଚା", କଫି ଓ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଆବଶ୍ୟକ।

ଖଟା ଓ ଅମ୍ଳୀୟ ଖାଦ୍ୟ ସହିତ ଅତ୍ୟଧିକ ଝାଳ ଓ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଜଳାପୋଡ଼ା ବଢ଼ାଇପାରେ।

ତେଣୁ ପ୍ରଥମ ଏକରୁ ଦୁଇ ଦିନ ନରମ, ଥଣ୍ଡା କିମ୍ବା ସାଧାରଣ ତାପମାତ୍ରାର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।

ଜିଭ ସଫା କରିବା ସମୟରେ ସାବଧାନତା: ପୋଡ଼ିଯାଇଥିବା ଜିଭକୁ ସଫା କରିବା ସମୟରେ ଅଧିକ ଘଷିବା କିମ୍ବା ଜୋରରେ ସ୍କ୍ରାପ୍ କରିବା ଠାରୁ ଦୂରେଇ ରୁହନ୍ତୁ।

ଏପରି କଲେ ପ୍ରଭାବିତ ସ୍ଥାନରେ ଅଧିକ ଜଳାପୋଡ଼ା ହୋଇପାରେ ଏବଂ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ।

ସାଧାରଣତଃ ସାମାନ୍ୟ ଭାବେ ପୋଡ଼ିଥିବା ଜିଭ ଦୁଇରୁ ତିନି ଦିନ ମଧ୍ୟରେ ନିଜେ ଠିକ୍ ହୋଇପାରେ।

କେବେ ଡାକ୍ତରଙ୍କ ପରାମର୍ଶ ନେବେ?

ଜିଭରେ ଯନ୍ତ୍ରଣା କିମ୍ବା ଜଳାପୋଡ଼ା ଏକ ସପ୍ତାହ ପର୍ଯ୍ୟନ୍ତ ରହିଲେ, ସମସ୍ୟା ବଢ଼ିଲେ କିମ୍ବା ଖାଇବା-ପିଇବାରେ ଅଧିକ ଅସୁବିଧା ହେଲେ ଡେଣ୍ଟିଷ୍ଟଙ୍କ ପରାମର୍ଶ ନେବା ଉଚିତ।

ଘରୋଇ ଉପାୟ କେବଳ ସାମାନ୍ୟ ଜଳାପୋଡ଼ାରେ ଆରାମ ଦେଇପାରେ; ଅଧିକ ଗୁରୁତର ପୋଡ଼ା କିମ୍ବା ଦୀର୍ଘ ସମୟ ଧରି ଲକ୍ଷଣ ରହିଲେ ଚିକିତ୍ସକଙ୍କ ସହାୟତା ଜରୁରୀ।

Packaged Food: ପ୍ୟାକେଟ୍‌ ଖାଦ୍ୟର ଅଭ୍ୟାସ କିପରି ଛାଡ଼ିବେ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)