Bumrah practices: ବହୁଦିନ ପରେ ନାଲି ବଲ୍ରେ ବୁମ୍ରାଙ୍କ ଅଭ୍ୟାସ
"ମୁମ୍ବାଇ: ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ବହୁଦିନର ବିରତି ପରେ ନାଲି ବଲ୍ରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି।
ଆଇପିଏଲ୍ ପରେ ବୁମ୍ରାଙ୍କୁ ଆଫ୍ଗାନିସ୍ତାନ ବିପକ୍ଷ ଟେଷ୍ଟ୍ ଏବଂ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିଲା।
କିନ୍ତୁ ଚଳିତ ମାସରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ସେ ଜାତୀୟ ଦଳକୁୁ ଫେରିବେ।
ଏହା ମଧ୍ୟରେ ବୁମ୍ରାଙ୍କୁ ବଡ଼ ବିଶ୍ରାମ ମିଳିଯାଇଛି।
ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଏବଂ ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତରେ ୨ ଟେଷ୍ଟ୍ ଖେଳିବ ଭାରତ।
Advertisment Bumrah: ଶୀର୍ଷ ସ୍ଥାନ ବଜାୟ ରଖିଲେ ବୁମ୍ରା: ଆଇସିସି ଟେଷ୍ଟ୍ ମାନ୍ୟତା ଏସବୁକୁ ନଜରରେ ରଖି ବୁମ୍ରା ନାଲି ବଲ୍ ଉପରେ ବେଶୀ ଧ୍ୟାନ ଦେବାକୁ ଅଭ୍ୟାସ ଆରମ୍ଭ କରିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଗାଲେରେ ଅଗଷ୍ଟ ୧୫ରୁ ୧୯ ଏବଂ ଦ୍ବିତୀୟଟି କଲମ୍ବୋରେ ଅଗଷ୍ଟ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ଗତ ଆଇପିଏଲ୍ରେ ବୁମ୍ରାଙ୍କ ପ୍ରଦର୍ଶନ ଭଲ ନଥିଲା।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୁମ୍ରା ୧୩ ମ୍ୟାଚ୍ ଖେଳି ୧୦୨.୫୦ ହାରାହାରି ଓ ୮.୩୬ ଇକୋନୋମିରେ ମାତ୍ର ୪ ୱିକେଟ୍ ନେଇଥିଲେ।
କିନ୍ତୁ ଏହା ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ଷର ସେ ୮ ପାଳିରେ ୬.୨୧ ଇକୋନୋମିରେ ୧୪ ୱିକେଟ୍ ଅକ୍ତିଆର କରି ସର୍ବାଧିକ ୱିକେଟ୍ ତାଲିକାରେ ଯୁଗ୍ମ ଶୀର୍ଷରେ ଥିଲେ।
Bumrah: ବୁମ୍ରାଙ୍କ ଖରାପ ପ୍ରଦର୍ଶନ ନେଇ ମୁହଁ ଖୋଲିଲେ ମାହେଲା"