Buffalo DNA Test: ମଇଁଷି ପାଇଁ DNA ଟେଷ୍ଟ! ବିହାରର ଅଜବ ମାମଲା ଚର୍ଚ୍ଚାରେ
"ନୂଆଦିଲ୍ଲୀ: ସାଧାରଣତଃ DNA ଟେଷ୍ଟର କଥା ଆସିଲେ ମନକୁ ଆସେ ହତ୍ୟା ରହସ୍ୟ, ପାରିବାରିକ ବିବାଦ କିମ୍ବା ଅପରାଧ ତଦନ୍ତ।
କିନ୍ତୁ କେବେ ଶୁଣିଛନ୍ତି କି, ଗୋଟିଏ ମଇଁଷିର ଅସଲି ମାଲିକ ଖୋଜିବା ପାଇଁ DNA ଟେଷ୍ଟ କରାଯିବ?
ଶୁଣିବାକୁ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ।
ବିହାରର ଗୟା ଜିଲ୍ଲାରେ ଗୋଟିଏ ମଇଁଷିକୁ ନେଇ ଦୁଇ ଜଣ ନିଜକୁ ମାଲିକ ବୋଲି ଦାବି କରୁଛନ୍ତି ।
ଆଉ ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ପୋଲିସ ର ନୂଆ ଫଣ୍ଡା ଡିଏନଏ ଟେଷ୍ଟ ।
ବିହାରର ଗୟା ଜିଲ୍ଲାରୁ ଆସିଛି ଏହି ନିଆରା ଘଟଣା ।
ଏହି ମଇଁଷିର ଦାବିଦାର ଜଣେ ନୁହେଁ, ଦୁଇ ଜଣ ବୋଲି କହୁଛନ୍ତି ।
ଉଭୟ ଏହାକୁ ନିଜର ବୋଲି କହୁଥିବାରୁ ପୋଲିସ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛି।
କାହା କଥାକୁ ବିଶ୍ୱାସ କରିବେ ଏବଂ କାହାକୁ ମଇଁଷି ଫେରାଇବେ, ତାହା ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।, ସୂରଜ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମଇଁଷି କିଛି ଦିନ ତଳେ ହଜିଯାଇଥିଲା।
ବହୁ ଖୋଜାଖୋଜି ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମଇଁଷି ଉପଥୁର ନୌରଙ୍ଗା ଟୋଲିରେ ପ୍ରକାଶ ମାଝୀଙ୍କ ପାଖରେ ଅଛି ।
ଏହା ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ମଇଁଷିଟିକୁ ପ୍ରକାଶଙ୍କ ଠାରୁ ଜବତ କରି ସୂରଜଙ୍କୁ ଦେଇଥିଲା।
କିନ୍ତୁ କାହାଣୀରେ ଆସିଥିଲା ଟ୍ୱିଷ୍ଟ।
ପ୍ରକାଶ ମାଝୀ ଦାବି କରିଥିଲେ ଯେ ମଇଁଷିଟି ତାଙ୍କର।
ଚାରି ବର୍ଷ ପୂର୍ବେ ଏହା ଚୋରି ହୋଇଯାଇଥିଲା ଏବଂ ଏବେ ନିଜ ପୁରୁଣା ଘର ଚିହ୍ନି ପୁଣି ଫେରି ଆସିଛି।
ଅନ୍ୟପଟେ ସୂରଜ କହୁଛନ୍ତି, ମଇଁଷିଟି ତାଙ୍କର ଏବଂ କିଛି ଦିନ ପୂର୍ବେ ବାଟବଣା ହୋଇ ଚାଲିଯାଇଥିଲା।
ଏହି ଦୁଇ ଦାବି ମଧ୍ୟରେ ପୋଲିସ କଣ ନିଷ୍ପତ୍ତି ନବ କିଛି ବୁଝିପାରିନଥିଲା ।
Advertisment ଶେଷରେ ମାମଲା ପହଞ୍ଚିଥିଲା ବରିଷ୍ଠ ଅଧିକାରୀଙ୍କ ପାଖରେ।
ଗୟା ଆଇଜି ବିକାଶ ବୈଭବ ଏହି ବିବାଦର ସମାଧାନ ପାଇଁ ଏକ ନୂଆ ରାସ୍ତା ବାଛିଛନ୍ତି।
ସେ ମଇଁଷିର DNA ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାପରେ ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏବେ ପ୍ରଶ୍ନ ଉଠୁଛି, DNA ଟେଷ୍ଟରୁ କିପରି ଜଣାପଡ଼ିବ ମଇଁଷିର ଅସଲି ମାଲିକ?
ଏଥିପାଇଁ ପଶୁ ଚିକିତ୍ସକମାନେ ମଇଁଷିର ରକ୍ତ, କେଶ କିମ୍ବା ଚର୍ମର ନମୁନା ସଂଗ୍ରହ କରିବେ।
ସେହି ସହିତ ଦୁଇ ଦାବିଦାରଙ୍କ ପାଖରେ ଥିବା ମଇଁଷିର ମା"ର DNA ନମୁନା ମଧ୍ୟ ନିଆଯିବ।
Andhra's 'Neredi' project: ଆନ୍ଧ୍ରର "ନେରେଡ଼ି" ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା: ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ ଲ୍ୟାବରେ ଏହି ନମୁନାଗୁଡ଼ିକର ତୁଳନା କରାଯିବ ।
ଯଦି ମଇଁଷିର DNA କୌଣସି ଜଣେ ଦାବିଦାରଙ୍କ ପାଖରେ ଥିବା ମଇଁଷିର ମା" ସହ ମେଳ ଖାଇବ, ତେବେ ସେହି ବ୍ୟକ୍ତିଙ୍କ ଦାବି ସତ ବୋଲି ପ୍ରମାଣିତ ହେବ।
ଆଉ ଏହି ବୈଜ୍ଞାନିକ ରିପୋର୍ଟ ଆଧାରରେ ପୋଲିସ ନେବ ଚୂଡ଼ାନ୍ତ ନିଷ୍ପତ୍ତି।
ଗୋଟିଏ ମଇଁଷିକୁ ନେଇ ଦୁଇ ମାଲିକଙ୍କ ଲଢ଼େଇ ଏବେ DNA ପରୀକ୍ଷାଗାରରେ ପହଞ୍ଚିଛି ।
ଏହି ଘଟଣା ଦେଖାଇଦେଇଛି ଯେ ଆଧୁନିକ ବିଜ୍ଞାନ କେବଳ ଅପରାଧ ନୁହେଁ, ଏଭଳି ଅଜବ ବିବାଦର ମଧ୍ୟ ସମାଧାନ କରିପାରେ।
ଏବେ ସମସ୍ତଙ୍କ ନଜର DNA ରିପୋର୍ଟ ଉପରେ।
ଦେଖିବାକୁ ବାକି ରହିଲା, ଶେଷରେ ମଇଁଷିଟି କାହାର ବୋଲି ପ୍ରମାଣିତ ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
