Budhabalang River: ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା! ବଡ଼ବନ୍ୟା ହେଲେ ଭାସିଯିବ ୧୦୧ ଗାଁ
"ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ପ୍ରମୁଖ ନଈ ବୁଢ଼ାବଳଙ୍ଗର ନଦୀବନ୍ଧ କେଉଁଠି ଦୁର୍ବଳ, ଆଉ କେଉଁଠି ମୁକୁଳା।
ନଦୀପଠାକୁ ବାଲିମାଫିଆ ଅକ୍ତିଆର କରି ମନଇଚ୍ଛା ବାଲି ଲୁଟ୍ କରୁଛନ୍ତି।
ଏଭଳି କି ନଦୀପଠା ସମତଳ ପରେ ବିକ୍ରି କରାଯାଉଛି।
ନଦୀପାର୍ଶ୍ବକୁ ଜବରଦଖଲ କରି ଅନେକ କୋଠାବାଡ଼ି ନିର୍ମାଣ ହେଉଛି।
ନଈ ସଙ୍କୁଚିତ ହେଉଥିବାବେଳେ ପ୍ରଶାସନ ସବୁଜାଣି ନିରବ।
ଏଭଳି ସ୍ଥିତିରେ ବୁଢ଼ାବଳଙ୍ଗରେ ବଡ଼ବନ୍ୟା ଆସିଲେ ଏହାର ପାର୍ଶ୍ୱବର୍ତ୍ତୀ ୧୦୧ ଗାଁ ଭାସିଯିବା ଥୟ।
Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ଦୁର୍ବଳ ସ୍ଥାନରେ ମାଟି ପକାଇ ଟଙ୍କା ଲୁଟ୍ସବୁ ଜାଣି ଜିଲ୍ଲା ପ୍ରଶାସନ ନିରବ ବୁଢ଼ାବଳଙ୍ଗ ନଦୀର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ।
ଏହି କମିଟି ନଦୀପାର୍ଶ୍ୱ ଅଞ୍ଚଳ ବୁଲି ରିପୋର୍ଟ ପ୍ରଦାନ କରିଥିଲା।
ନଦୀପଠା ଜବରଦଖଲ ଓ ଦୁର୍ବଳ ନଦୀବନ୍ଧ ଯୋଗୁଁ ୧୦୧ ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି।
ଏଥିରେ ବଡ଼ସାହି ଓ ବେତନଟୀ ବ୍ଲକ୍ର ଅଧିକାଂଶ ଗାଁ ରହିଛି।
ପାଞ୍ଚବର୍ଷ ବିତି ଯାଇଥିଲେ ବି ନଦୀପଠା ଜବରଦଖଲମୁକ୍ତ ହୋଇପାରିନି।
ଏଥିସହ ନଦୀବନ୍ଧର ପୁନଃନିର୍ମାଣ କି ମରାମତି କାମ ଠିକଣା ଢଙ୍ଗରେ ହେଉନାହିଁ।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ନଦୀବନ୍ଧ ମରାମତି ଓ ପୁନଃନିର୍ମାଣ ବାବଦକୁ (୨୦୧୫ରୁ ୨୦୨୫ ମସିହା) ୧୦ ବର୍ଷରେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଠିକାଦାରମାନେ ନିମ୍ନମାନର କାମକରି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେଉଛି।
କେହି ପ୍ରତିବାଦ କଲେ ପ୍ରଭାବଶାଳୀ ଗୋଷ୍ଠୀ ସେମାନଙ୍କ ସ୍ବରକୁ ଚାପି ଦେଉଛନ୍ତି।
ଏମିତି କି ମିଛ କେସ୍ କରି ହଇରାଣ କରାଯାଉଛି।
Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ ବଡ଼ସାହି ବ୍ଲକ୍ ଆରପଟା ଗାଁର ରମାକାନ୍ତ ପାତ୍ର, ଦୀନବନ୍ଧୁ ପାତ୍ର ଏବଂ ବେତନଟୀ ବ୍ଲକ୍ ଦରିଆକୂଳ ଗାଁର କିଶୋର ଚନ୍ଦ୍ର ମହାପାତ୍ର ଓ ମିଟୁ ସାମଲ କହନ୍ତି, "ଦୁର୍ବଳ ନଦୀବନ୍ଧ ପାଇଁ ବର୍ଷାଦିନେ ନଦୀରେ ବନ୍ୟା ଆସିଲେ ଗ୍ରାମବାସୀ ପିଲାଛୁଆ ଧରି ବନ୍ଧୁବାନ୍ଧବଙ୍କ ଘରକୁ ପଳାଇ ଯାଆନ୍ତି।
ଆଉ କେହି ସ୍କୁଲ ଓ କ୍ଲବ୍ଘରେ ଆଶ୍ରୟ ନେଇଥା"ନ୍ତି।
ବହୁବର୍ଷ ଧରି ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ଏଭଳି ହଇରାଣ ହେଉଥିବାବେଳେ ସରକାର କି ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ଦିଗରେ କୌଣସି ଉଦ୍ୟମ କରୁନାହାନ୍ତି।
ଜବରଦଖଲ ଯୋଗୁଁ ନଦୀ ସଂକୁଚିତ ହେଉଛି।" ବାଲି ମାଫିଆମାନେ ନଦୀରୁ ବାଲି ଚାଲାଣ କରିବା ସହ ନଦୀପଠାକୁ ସମତଳ କରି ବିକ୍ରି କରୁଛନ୍ତି।
ଲୋକମାନେ ସେହି ସ୍ଥାନରେ ଘରବାଡ଼ି ନିର୍ମାଣ କରି ରହୁଛନ୍ତି।
ନଦୀ ସଂକୁଚିତ ହେବା ଯୋଗୁଁ ବିପଦ ଆଶଙ୍କା ବଢ଼ୁଛି।
ରାଜ୍ୟ ସରକାର ବୁଢ଼ାବଳଙ୍ଗ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ସୁରକ୍ଷା ଦିଗରେ ଚିନ୍ତା କରିବା ଦରକାର ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ମହଲରୁ ଦାବି ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
