BSNL: ବିଏସଏନଏଲର ବଡ଼ ଧମାକା: ରିଚାର୍ଜ ସହ ମାଗଣାରେ ମିଳିବ ଦୁର୍ଘଟଣା ଓ ସାଇବର ବୀମା

Oct 07, 2026 - 18:11
BSNL: ବିଏସଏନଏଲର ବଡ଼ ଧମାକା: ରିଚାର୍ଜ ସହ ମାଗଣାରେ ମିଳିବ ଦୁର୍ଘଟଣା ଓ ସାଇବର ବୀମା

"ନୂଆଦିଲ୍ଲୀ: ବେସରକାରୀ ଟେଲିକମ୍ କମ୍ପାନୀଗୁଡ଼ିକର ମହଙ୍ଗା ଟ୍ୟାରିଫ୍ ପ୍ଲାନ୍ ମଧ୍ୟରେ ସରକାରୀ ଟେଲିକମ୍ କମ୍ପାନୀ BSNL (ଭାରତ ସଞ୍ଚାର ନିଗମ ଲିମିଟେଡ୍) ନିଜ ଗ୍ରାହକମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଘୋଷଣା କରିଛି।

ଏବେ ବିଏସଏନଏଲର କିଛି ନିର୍ଦ୍ଦିଷ୍ଟ ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ରେ କଲିଂ ଓ ଡାଟା ସୁବିଧା ସହିତ ମାଗଣା ବୀମା (Free Insurance Cover) ମଧ୍ୟ ଯୋଗାଇ ଦିଆଯିବ।

ସାଧାରଣ ଜନତାଙ୍କୁ ଆର୍ଥିକ ସୁରକ୍ଷା ଦେବା ଲକ୍ଷ୍ୟରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି।Advertisment ଆହୁରି ପଢନ୍ତୁ :Creatinine : ଶରୀରରେ କାହିଁକି ବୃଦ୍ଧି ପାଏ କ୍ରିଏଟିନିନର ସ୍ତର ଓରିଏଣ୍ଟାଲ୍ ଇନ୍‌ସୁରାନ୍ସ ସହ ହାତ ମିଳାଇଲା BSNLକମ୍ପାନୀ ସରକାରୀ ବୀମା କମ୍ପାନୀ "ଓରିଏଣ୍ଟାଲ୍ ଇନ୍‌ସୁରାନ୍ସ" ସହ ମିଶି ଏହି ସେବା ଆରମ୍ଭ କରିଛି।

ଏହା ଅଧୀନରେ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସାଇବର ଫ୍ରଡ୍ ସୁରକ୍ଷା ମିଳିବ।

ଆହୁରି ପଢନ୍ତୁ :Table Tennis: ଚାଇନା ସ୍ମାସ୍‌: କ୍ବାର୍ଟରରେ ମାନବ-ମନୁଷ ରାସ୍ତା ଦୁର୍ଘଟଣା, ବଜ୍ରପାତ, ପାଣିରେ ବୁଡ଼ିଯିବା କିମ୍ବା ସାପ କାମୁଡିବା ଭଳି ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଏହି ଦୁର୍ଘଟଣା ବୀମା ରାଶି ପ୍ରଦାନ କରାଯିବ।

ସେହିପରି ଅନଲାଇନ୍ ଠକେଇ, ଫିସିଂ କିମ୍ବା ଡିଜିଟାଲ୍ ଜାଲିଆତି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ।

ଏଥିପାଇଁ ଗ୍ରାହକଙ୍କ ବିଏସଏନଏଲ ନମ୍ବରଟି ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ହୋଇଥିବା ଆବଶ୍ୟକ।

ଆହୁରି ପଢନ୍ତୁ :Name change: ବଦଳି ଯିବ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟର ନାମ?

କେଉଁ ପ୍ଲାନ୍‌ରେ ମିଳିବ ଏହି ସୁବିଧା?୨୦୨ ଟଙ୍କାର ମାସିକ ପ୍ଲାନ ଯେଉଁଥିରେ ୩୦ ଦିନର ବୈଧତା ମିଳିଥାଏ | ଏଥିରେ ୩୦୦ ମିନିଟ୍ ଭଏସ୍ କଲିଂ, ୫ ଜିବି ହାଇ-ସ୍ପିଡ୍ ଡାଟା ଏବଂ ୧୦୦ଟି ଏସଏମଏସ ମିଳିଥାଏ।

ରିଚାର୍ଜ କରିବାର ୨୪ ଘଣ୍ଟା ମଧ୍ୟରେ ଏହି ମାଗଣା ବୀମା ସ୍ୱୟଂଚାଳିତ ଭାବେ (Automatically)ସକ୍ରିୟ ହୋଇଯିବ ଏବଂ ପ୍ଲାନ୍‌ର ବୈଧତା ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ।

ସେହିପରି ୨୪୪୯ ଟଙ୍କାର ବାର୍ଷିକ ପ୍ଲାନରେ ମଧ୍ୟ ବୀମା ମିଳିବ | ଏଥିରେ ଅନ୍‌ଲିମିଟେଡ୍ ଭଏସ୍ କଲିଂ (ଲୋକାଲ୍, STD ଓ ରୋମିଂ), ପ୍ରତିଦିନ ୨ ଜିବି ଡାଟା ଏବଂ ଦୈନିକ ୧୦୦ଟି ଏସଏମଏସ ପଠାଇହେବ।

ସାରା ବର୍ଷ ପାଇଁ କଲିଂ ଓ ଡାଟା ସହିତ ମାଗଣା ବୀମା ସୁରକ୍ଷା ମିଳିବ।

ଆହୁରି ପଢନ୍ତୁ :Delhi Content Creator: ଚାକିରି ଛାଡ଼ି ସୋସିଆଲ ମିଡିଆକୁ ଆପଣାଇଲେ ଯୁବତୀ: ବଖାଣିଲେ ତାଙ୍କ ରୋଜଗାର ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଏବଂ ବ୍ୟକ୍ତିଗତ ବୀମା କରିପାରୁନଥିବା ସାଧାରଣ ଲୋକଙ୍କ ପାଇଁ ବିଏସଏନଏଲର ଏହି ନୂଆ ସେବା ବେଶ୍ ଲାଭଦାୟକ ପ୍ରମାଣିତ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)