Brown Sugar Seized ଭଦ୍ରକରେ ବ୍ରାଉନ ସୁଗାର ଜବତ , ଜଣେ ଗିରଫ
"ଭଦ୍ରକ: ଆଜି (ଗୁରୁବାର) ଭଦ୍ରକ ଟାଉନ୍ ପୁଲିସର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢାଉ କରାଯାଇ ୧୧ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିବା ବେଳେ ଜଣକୁ ଗିରଫ କରାଯାଇଛି।Advertisment Brownsugar seized ଖୋର୍ଦ୍ଧା-ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ, ୩ ଗିରଫଏସ ପି ମନୋଜ ରାଉତ ଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଭଦ୍ରକର ମୀରସାହିରେ ଚଢ଼ାଉକରିଥିଲେ।
ବ୍ରାଉନସୁଗାର୍ ସହ ଦୁଇଟି ମୋବାଇଲ ଓ ଗୋଟିଏ କାର ପୁଲିସ ଜବତ କରିଛି।
ଏହି ବ୍ରାଉନସୁଗାର ଚୋରା କାରବାର ମାମଲାରେ ସଂପୃକ୍ତ ଅଭିଯୁକ୍ତ ସେକ୍ କୌସରକୁ ପୁଲିସ ଗିରଫ କରିଛି।
ଏହି ଅଞ୍ଚଳରେ ଆହୁରି ଅନେକ ମାଫିଆ ବ୍ରାଉନ ସୁଗାର ଚୋରା କାରବାରରେ ସମ୍ପୃତ ରହୁଥିବା ବେକେ ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଥାନା ସୂତ୍ରରୁ ପ୍ରକାଶ।
Brownsugar Seized ୮୨ ଗ୍ରାମର ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫସେହିପରି ଭଦ୍ରକର ଅପରତ୍ତିବିନ୍ଧା , ଆରଡ଼ି ଛକ କେନାଲ ବନ୍ଧ , ଗାନ୍ଧୀ ପଡ଼ିଆ ନଦୀ ବନ୍ଧ , ନୂଆ ବସ ଷ୍ଟାଣ୍ଡ ଛକ , ଇଚ୍ଛାପୁର ଛକ , ଭାରତମାତା ଛକ, ଚରମ୍ପା ଷ୍ଟେସନ ବଜାର ଛକ ରେ ବ୍ୟାପକ ପରିମାଣରେ ବ୍ରାଉନ ସୁଗର୍ କାରବାର ହେଉଛି।
ପୁଲିସ ଏହି ସବୁ ମାଫିଆଙ୍କ ସମ୍ପର୍କରେ ଟେର ପାଉଥିବା ବେଳେ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।