Brother Killed, Sister and Niece Critical: ବାଇକକୁ ପିଟିଦେଲେ ଡମ୍ପର; ଭାଇ ମୃତ-ଭଉଣୀ ଭାଣିଜୀ ଗୁରୁତର

Jun 30, 2026 - 19:22
Brother Killed, Sister and Niece Critical:  ବାଇକକୁ ପିଟିଦେଲେ ଡମ୍ପର; ଭାଇ ମୃତ-ଭଉଣୀ ଭାଣିଜୀ ଗୁରୁତର

ପିଟିଦେଲେ ଡମ୍ପର । ଭାଇ ମୃତ-ଭଉଣୀ ଭାଣିଜୀ ଗୁରୁତର। ବାଲେଶ୍ବର ବସ୍ତା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୁଚନା ଅନୁଯାୟୀ ନିଳଗିରି ଥାନା ମର୍ଦ୍ଦରାଜପୁର ଗାଁର କମଳଲୋଚନ ସାହୁ ବସ୍ତା ଥାନା ଅମର୍ଦାରୋଡ ଅଞ୍ଚଳରୁ ନିଜ ଭଉଣୀ ଏବଂ ଭାଣିଜୀ କୁ ନେଇ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। 

ବସ୍ତା ବାଇପାସ୍ ନିକଟରେ ହଠାତ୍ ଏକ ଡମ୍ପର ତାଙ୍କ ଆଗକୁ ଆସିଯିବାରୁ କମଳଲୋଚନ ବାଇକ ସହ ଡମ୍ପର ଭିତରକୁ ପସି ଯାଇଥିଲେ। ଫଳରେ କମଳଲୋଚନ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଏବଂ ଭାଣିଜୀ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଡମ୍ପର ଡ୍ରାଇଭର କୁ ଅଟକ ରଖି ତଦନ୍ତ କରୁଛି।

  • ଚାଲିଗଲା ଭାଇ, ଭଉଣୀ-ଭାଣିଜୀ ଗୁରୁତର
  • ବାଇକକୁ ପିଟିଦେଲେ ଡମ୍ପର
  • ଭାଇ ମୃତ-ଭଉଣୀ ଭାଣିଜୀ ଗୁରୁତର
  • ବାଲେଶ୍ବର ବସ୍ତା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା
  • ମୃତକ ନୀଳଗିରି ଅଞ୍ଚଳର