Bronze: ଏମ୍‌ଏମ୍‌ଏରେ ସୁଚିକାଙ୍କୁ ଐତିହାସିକ କାଂସ୍ୟ

Sep 21, 2026 - 11:02
Bronze: ଏମ୍‌ଏମ୍‌ଏରେ ସୁଚିକାଙ୍କୁ ଐତିହାସିକ କାଂସ୍ୟ

"ନାଗୋୟା: ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ପଦକ ମିଳିଛି।

ମହିଳା ପାରମ୍ପରିକ ୬୦ କିଲୋଗ୍ରାମ ମିକ୍ସଡ ମାର୍ସିଆଲ ଆର୍ଟ୍ସ (ଏମ୍‌ଏମ୍‌ଏ) ବର୍ଗରେ ଭାରତର ସୁଚିକା ତାରିୟାଲ କାଂସ୍ୟ ପଦକ ଜିତିଛନ୍ତି।

ସୋମବାର ସେମିଫାଇନାଲରେ ସିଙ୍ଗାପୁରର ହୁଇ ହୁନ୍ ଟିଓଙ୍କଠାରୁ ୦-୨ରେ ପରାଜିତ ହେବା ପରେ ତାଙ୍କୁ କାଂସ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏହା ପୂର୍ବରୁ କ୍ୱାର୍ଟରଫାଇନାଲରେ ସେ ମଙ୍ଗୋଲିଆର ଆଲ୍‌ତାନଚିମେଗ ବାଇଗାଲମାଙ୍କୁ ୨-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ।

ଏହି ପଦକ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି।

ଏଥିରେ ବନ୍ଧୁକଚାଳନାରୁ ୩ ପଦକ ଅନ୍ତର୍ଭୁକ୍ତ।Advertisment ସୁଚିକାଙ୍କ ପାଇଁ ଏହି ସଫଳତା ବିଶେଷ ଗୁରୁତ୍ୱ ୩୬ ବର୍ଷୀୟା ସୁଚିକାଙ୍କ ପାଇଁ ଏହି ସଫଳତା ବିଶେଷ ଗୁରୁତ୍ୱ ବହନ କରେ।

କାରଣ ଏଥର ପ୍ରଥମ ଥର ପାଇଁ ଏମ୍‌ଏମ୍‌ଏ ଏସୀୟ କ୍ରୀଡ଼ାରେ ସାମିଲ ହୋଇଥିବାବେଳେ ଭାରତ ପଦକ ଜିତିଛି।

ସେ ୨୦୨୨ ରାଜ୍ୟଗୋଷ୍ଠୀ ଜୁଡୋରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

ଏହାପରେ ୨୦୨୩ ଏସୀୟ କ୍ରୀଡ଼ାରେ କୁରାଶରେ ମଧ୍ୟ ଭାରତ ପାଇଁ ଖେଳିଥିଲେ। ‌କିନ୍ତୁ ଉଭୟ ପ୍ରତିଯୋଗିତାରେ ପଦକ ଜିତିପାରି ନଥିଲେ।

Swimming: ସନ୍ତରଣ: ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲରେ ଶ୍ରୀହରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)