British cars will grow in India: ବ୍ରିଟେନ୍‌ କାର୍‌ ଚାହିଦା ଭାରତରେ ବଢ଼ିବ

Jul 12, 2026 - 04:41
British cars will grow in India: ବ୍ରିଟେନ୍‌ କାର୍‌ ଚାହିଦା ଭାରତରେ ବଢ଼ିବ

"ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ ହେବ।

ଏହାପରେ ବ୍ରିଟେନରୁ ସଂପୂର୍ଣ୍ଣ ଭାବେ ଆମଦାନି ହେଉଥିବା ଦାମୀ କାର୍‌ଗୁଡ଼ିକ ଉପରେ ଆମଦାନି ଶୁଳ୍କ ଭାରତରେ ବର୍ତ୍ତମାନର ୧୧୦ ପ୍ରତିଶତରୁ ୩୦ ପ୍ରତିଶତକୁ ହ୍ରାସ ପାଇବ।

ଫଳରେ ବ୍ରିଟେନର ବିଳାସପୂର୍ଣ୍ଣ କାର୍‌ ନିର୍ମାତାଙ୍କ ଗାଡ଼ି ଦାମ୍‌ ଭାରତରେ କମିଯିବ।

ବର୍ଷକୁ ୨୦ ହଜାର ଗାଡ଼ି ପାଇଁ ଶୁଳ୍କ ହ୍ରାସ ସୁବିଧା ଏବେ ଉପଲବ୍ଧ ହେବ।

ଫଳରେ ରୋଲ୍‌ସ ରୟେସ୍‌, ମ୍ୟାକ୍‌ଲରେନ୍‌ ଏବଂ ଲ୍ୟାଣ୍ଡ୍‌ରୋଭର୍‌ କମ୍ପାନିର କାର୍‌ଗୁଡ଼ିକର ଦାମ୍‌ ଭାରତରେ କମିଯିବ।

ଯଦିଓ କମ୍ପାନିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ମୂଲ୍ୟ ହ୍ରାସ ଘୋଷଣା କରିନାହାନ୍ତି ତଥାପି ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ କମିଯିବ ବୋଲି ଆକଳନ କରାଯାଉଛି।

Advertisment Workshop: "ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି" ମ୍ୟାକ୍‌ଲରେନ୍‌ କମ୍ପାନିର ୭୫୦ଏସ୍‌ ମଡେଲ୍‌ କାର୍‌ ଦାମ୍‌ ଯାହା ବର୍ତ୍ତମାନ ପ୍ରାୟ ୭.୯୫ କୋଟି ଟଙ୍କା ରହିଛି ତାହା ଆଗାମୀ ଦିନରେ ୪.୯୫ କୋଟି ଟଙ୍କା ଭଳି ସ୍ତରକୁ ଖସିଆସିବ।

ସେହିଭଳି ଏହାର ଜିଟି ମଡେଲ୍‌ କାର୍‌ ଦାମ୍‌ ୬.୧୫ କୋଟି ଟଙ୍କାରୁ ୩.୮୩ କୋଟି ଟଙ୍କାକୁ, ୭୫୦ଏସ୍‌ ସ୍ପାଇଡର୍‌ ଦାମ୍‌ ୮.୭୮ କୋଟି ଟଙ୍କାରୁ ୫.୪୬ କୋଟି ଟଙ୍କାକୁ କମିଯିବ।

ଜାଗୁଆର ଲ୍ୟାଣ୍ଡରୋଭର କମ୍ପାନିର ରେଞ୍ଜରୋଭର ଏସ୍‌ଭି ଗାଡ଼ି ଦାମ୍‌ ଯାହା ୪.୨୫ କୋଟି ଟଙ୍କା ରହିଛି ତାହା ୩.୫୦ କୋଟି ଟଙ୍କାକୁ ଖସିବ।

ରେଞ୍ଜରୋଭର ସ୍ପୋର୍ଟ ଏସ୍‌ଭି ଗାଡ଼ି ଦାମ୍‌ ୨.୭୫ କୋଟି ଟଙ୍କାରୁ ୨.୩୫ କୋଟି ଟଙ୍କାକୁ ହ୍ରାସ ପାଇବ।

ରୋଲ୍‌ସ ରୟେସ୍‌ର ୪ଟି ମଡେଲ ଗାଡ଼ି ଦାମ୍‌ ୭.୬ କୋଟି ଟଙ୍କାରୁ ୧୫ କୋଟି ଟଙ୍କା ମଧ୍ୟରେ ରହିଛି।

ସେଗୁଡ଼ିକର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ।

Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ ମୁକ୍ତ ବାଣିଜ୍ୟ ରାଜିନାମା ଅନୁଯାୟୀ, ପ୍ରଥମ ବର୍ଷ ଗାଡ଼ି ଆମଦାନି କୋଟା ୨୦ ହଜାର ରହିଥିବାବେଳେ ପଞ୍ଚମ ବର୍ଷ ଏହା ୩୭ ହଜାର ରହିଛି।

୧୫ ବର୍ଷ ମଧ୍ୟରେ ମୋଟ ଗାଡ଼ି କୋଟା ସଂଖ୍ୟା ୩,୭୮,୦୦୦ ରହିବ।

ବଡ଼ କାର୍‌ଗୁଡ଼ିକର ଆମଦାନି ଶୁଳ୍କ ବର୍ତ୍ତମାନ ୧୧୦ ପ୍ରତିଶତ ଥିବାବେଳେ ପ୍ରଥମ ବର୍ଷ ୩୦ ପ୍ରତିଶତକୁ ଏବଂ ପଞ୍ଚମ ବର୍ଷ ୧୦ ପ୍ରତିଶତକୁ କମିବ।

ମଧ୍ୟମ ଆକାରର କାର୍‌ଗୁଡ଼ିକ ଉପରେ ବର୍ତ୍ତମାନ ଆମଦାନି ଶୁଳ୍କ ୬୬ ପ୍ରତିଶତ ଥିବାବେଳେ ପ୍ରଥମ ବର୍ଷ ତାହା ୫୦ ପତିଶତକୁ ଏବଂ ପଞ୍ଚମବର୍ଷ ୧୦ ପ୍ରତିଶତକୁ ହ୍ରାସ ପାଇବ।

ମୋଟ ବିକ୍ରିରେ ଆମଦାନି ହୋଇ ବିକ୍ରି ହେଉଥିବା କାର୍‌ ଭାଗ ଏବେ ୩ରୁ ୪ ପ୍ରତିଶତ ଥିବାବେଳେ ଆଗାମୀ କିଛିବର୍ଷ ମଧ୍ୟରେ ଏହା ୭ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।