Vigilance Raid Uncovers Street Light Corruption: ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍

Jun 24, 2026 - 18:44
Vigilance Raid Uncovers Street Light Corruption: ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍

ଷ୍ଟ୍ରିଟ୍ ଲାଇଟ୍ ଲଗାରେ ବ୍ୟାପକ ଦୁର୍ନୀତି ନେଇ ଭିଜିଲାନ୍ସ ତନାଘନା। କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ ସ୍ଥାନରେ ରେଡ୍। ୨୦୨୧-୨୩ରେ ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ଦୁର୍ନୀତି। ବ୍ୟାପକ ଅନିୟମିତତା ସହ ଟେଣ୍ଡର ନିୟମ ଉଲ୍ଲଙ୍ଘନ ଜଣାପଡ଼ିଛି। 

ସୂଚନା ଅନୁସାରେ, ମୋଟ ୨୪ଟି ଟିମ୍‌ରେ ୮୧ ଅଧିକାରୀ ଏହି ତଦନ୍ତରେ ନିୟୋଜିତ ଅଛନ୍ତି। କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ଏକାସାଙ୍ଗରେ ୫୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ତଦନ୍ତରେ ଜଣାପଡ଼ିଛି ଯେ, “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନା ଏବଂ ରାଜ୍ୟ ଅର୍ଥ କମିଶନ ଗ୍ରାଣ୍ଟ ଅଧୀନରେ ଟର୍ନକି ଆଧାରରେ LED ଲାଇଟ୍ ସ୍ଥାପନ ପ୍ରକଳ୍ପ ଚାଲିଥିଲା। କିନ୍ତୁ ପ୍ରକଳ୍ପ ନିୟମ ଉଲ୍ଲଙ୍ଘନ ସହ ବ୍ୟାପକ ଅନିୟମିତତା ହୋଇଥିବା ସୁରାକ ମିଳିଛି।

ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯଥା ଏନର୍ଜି ମିଟର, କେବଲ, MCCB, କ୍ଲାମ୍ପ ଏବଂ ଟାଇମର ଆଦି ସ୍ଥାପନ ନକରି ମଧ୍ୟ ବିଲ୍ ଉଠାଯାଇଥିବା ଓ ସରକାରୀ ଧନ ଅପବ୍ୟୟ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଭିଜିଲାନ୍ସ ଟିମ୍‌ଗୁଡ଼ିକ ଏବେ ମାଟି ସ୍ତରରେ ଯାଞ୍ଚ କରି ଅନୁମାନିତ ଆର୍ଥିକ ଅନିୟମିତତା ତଦନ୍ତ କରିବା ସହ ଏହି ଘଟଣାରେ ସରକାରୀ ଅଧିକାରୀ ଓ ଠିକାଦାର ସଂସ୍ଥାଙ୍କ ଭୂମିକା ଖୋଜୁଛନ୍ତି।