Brain-tracker: ବ୍ରେନ୍‌-ଟ୍ରାକର୍‌ ‘ଟେମ୍ପଲ୍‌’ର ପ୍ରି-ଅର୍ଡର୍‌ ଆରମ୍ଭ

Nov 04, 2026 - 07:44
Brain-tracker: ବ୍ରେନ୍‌-ଟ୍ରାକର୍‌ ‘ଟେମ୍ପଲ୍‌’ର ପ୍ରି-ଅର୍ଡର୍‌ ଆରମ୍ଭ

ଉଦ୍ୟୋଗୀ ଦୀପିନ୍ଦର ଗୋୟଲଙ୍କ ଦ୍ବାରା 'ଟେମ୍ପଲ୍‌' ନାଁରେ ଏକ ଅଦ୍ଭୁତ ବ୍ରେନ୍‌-ଟ୍ରାକିଙ୍ଗ୍ ଡିଭାଇସ୍‌ ତିଆରି ‌େହାଇଛି।

ନଭେମ୍ବର ୧ ତାରିଖଠାରୁ ସାରା ପୃଥିବୀରେ ଏହାର ପ୍ରି-ଅର୍ଡର୍‌ ଆରମ୍ଭ ହୋଇଛି।

କପାଳ ପାର୍ଶ୍ବରେ ପିନ୍ଧା ଯାଉଥିବା ଏହି ଡିଭାଇସ୍‌ ତିଆରି କରିବାରେ ସାହାଯ୍ୟ କରିଛି ଜୋମାଟୋ ପ୍ରତିଷ୍ଠାତାଙ୍କ ହେଲ୍‌ଥ୍‌-ଟେକ୍‌ କମ୍ପାନି।

ଏହି ଡିଭାଇସ୍‌ର ଦାମ୍‌ ୮୫ ହଜାର ଟଙ୍କା ରଖାଯାଇଛି।

ଟ୍ରୁ ଗୋଲ୍‌ଡ୍‌, ରୋଜ୍‌ ଗୋଲ୍‌ଡ୍‌, ବ୍ଲାକ୍‌ ମିରର୍‌, ରିଅଲ୍‌ ଜେଇଡ୍‌, ଡିପ୍‌ ବ୍ଲୁ ଓ ପର୍ପଲ୍‌ ଫଙ୍କ୍‌- ଏଇ ୬ଟି ରଙ୍ଗର 'ଟେମ୍ପଲ୍‌' ମିଳୁଛି।

Advertisment Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଟେମ୍ପଲ୍‌ ହେଉଛି ମସ୍ତିଷ୍କ ସଙ୍କେତ ଉପରେ ଧ୍ୟାନ ରଖୁଥିବା ଏକ ଡିଭାଇସ୍‌।

ଏହା ଦେଖିବାକୁ ଛୋଟିଆ ବଟିକା ଭଳି।

ଏହାକୁ କପାଳ ଓ କାନ ମଝାମଝି ଜାଗାରେ ପିନ୍ଧିବାକୁ ପଡ଼େ।

ଟେମ୍ପଲ୍‌ରେ ଅନ୍ୟାନ୍ୟ ଡିଭାଇସ୍ ଭଳି ଫିତା ନାହିଁ।

ଚର୍ମ ଉପରେ ଏହା ଲାଖିରହେ।

ଏହାର ଅସଲ ପ୍ରଯୁକ୍ତିର ନାଁ ବ୍ରେନ୍‌ଫ୍ଲୋ'।

ଅପ୍‌ଟିକାଲ୍‌ ସେନ୍‌ସର୍‌ ଯୋଗେ ଏହି ଡିଭାଇସ୍‌ ମସ୍ତିଷ୍କର ରକ୍ତ ସଞ୍ଚାଳନ ପରିବର୍ତ୍ତନ ଅଥବା ମସ୍ତିଷ୍କ ମଧ୍ୟରେ ରକ୍ତ ଚଳାଚଳ ଉପରେ ନଜର ରଖିବାକୁ ସକ୍ଷମ।

ଏହା ମଧ୍ୟ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ଓ ସ୍ମରଣଶକ୍ତି ଉପଯୋଗ ସହିତ ଜଡ଼ିତ ଥିବା ସଙ୍କେତ ଉପରେ ନଜର ରଖେ।

ଏହାକୁ ପିନ୍ଧିଲେ ଜଣେ ଜାଣିପାରିବେ ଯେ ଚାପ, ବ୍ୟାୟାମ ଓ ଅସୁସ୍ଥତାରୁ ସୁସ୍ଥ ହେବାରେ ତାଙ୍କ ଶରୀର କିପରି ପ୍ରତିକ୍ରିୟା ଦେଖାଉଛି।

PSU Land Monetisation: କେନ୍ଦ୍ରୀୟ ଉଦ୍ୟୋଗ ଜମି ବିକ୍ରିରୁ ୧୫ ହଜାର କୋଟି ସଂଗ୍ରହ ଲକ୍ଷ୍ୟ ଟେମ୍ପଲ୍‌ରେ ୧ରୁ ୨୫୦ ପର୍ଯ୍ୟନ୍ତ ସ୍କୋର୍‌ ରହିଛି।

ଏହି ସ୍କୋର୍‌ ବିଭିନ୍ନ ମାନସିକ ଚାପକୁ ସୂଚାଏ।

ନିଦ୍ରା, ବ୍ୟାୟାମ, କ୍ୟାଫିନ୍‌ ଆଦି କିଭଳି ପାଠପଢ଼ାକୁ ପ୍ରଭାବିତ କରୁଛି ତାହା ମଧ୍ୟ ଏଥିରୁ ଜଣାପଡ଼ିବ।

ତେବେ ଏହି ଡିଭାଇସ୍‌ ରୋଗ ନିରୂପଣ ଲାଗି ତିଆରି କରାଯାଇନାହିଁ।

ଏହା ଶରୀରର ସାମଗ୍ରିକ ସୁସ୍ଥତା ଜାଣିବା ଏବଂ ଗବେଷଣା କରିବା ଲାଗି ତିଆରି କରାଯାଇଛି।

କିନ୍ତୁ, ଏଥିରୁ ମିଳୁଥିବା ତଥ୍ୟାବଳୀ ଡାକ୍ତର ଙ୍କୁ ଜଣାଇହେବ ବୋଲି ଦୀପିନ୍ଦର ଗୋୟଲ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)