BPSC TRE 4.0 Notification 2026: ବୃଦ୍ଧି ପାଇଲା ବିପିଏସସି ଟିଆରଇ-୪ର ପଦବି ସଂଖ୍ୟା

Aug 29, 2026 - 17:14
BPSC TRE 4.0 Notification 2026: ବୃଦ୍ଧି ପାଇଲା ବିପିଏସସି ଟିଆରଇ-୪ର ପଦବି ସଂଖ୍ୟା

"ନୂଆଦିଲ୍ଲୀ: ବିପିଏସସି ଟିଆରଇ-୪ ଶିକ୍ଷକ ନିଯୁକ୍ତି ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଚାକିରି ସୁଯୋଗ।

ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ ଅଗଷ୍ଟ ୨୮ ତାରିଖରେ ବିପିଏସସି ଟିଆରଇ-୪ ପରୀକ୍ଷା ପାଇଁ ଖାଲି ପଦବି ସଂଖ୍ୟା ବୃଦ୍ଧି ଘୋଷଣା କରିଛନ୍ତି।

ଟିଆରଇ-୪ ନିଯୁକ୍ତି ଅଭିଯାନରେ ୧୧୧ଟି ପଦବି ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି ।Advertisment ମୋଟ ଖାଲି ଥିବା ପଦବି ସଂଖ୍ୟା ବିପିଏସସି ଟିଆରଇ-୪ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୩,୩୮୫ ପଦବି ପୂରଣ କରାଯିବ।

ପୂର୍ବରୁ ୩୨,୩୮୮ଟି ପଦବି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପରବର୍ତ୍ତୀ ସମୟରେ ୮୮୬ଟି ଅତିରିକ୍ତ ପଦବି ଯୋଡା ଯାଇଥିଲା ।

ଶିକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଆଉ ୧୧୧ଟି ପଦବି ସାମିଲ କରାଯିବ।

ଏହି ଅତିରିକ୍ତ ସିଟ୍ ୯ମ ଏବଂ ୧୦ମ ଶ୍ରେଣୀ ସଂଗୀତ ଶିକ୍ଷକଙ୍କ ପାଇଁ ବୃଦ୍ଧି କରାଯାଇଛି।

ବିପିଏସସି ଟିଆରଇ-୪ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ।

ଏହି ଶିକ୍ଷକ ପଦବି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ଖୁବ୍ ଶୀଘ୍ର ବିପିଏସସିର ସରକାରୀ ୱେବସାଇଟ୍, bpsc.bihar.gov.in କୁ ଯାଇ ପଞ୍ଜିକରଣ କରିପାରିବେ।

ଆବେଦନର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୩୦ ରଖାଯାଇଛି।

ପଞ୍ଜୀକରଣ ପୂର୍ବରୁ ଓଟିଆର ଆବଶ୍ୟକ ବିପିଏସସି ଟିଆରଇ-୪ ପଦବି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ।

ପ୍ରାର୍ଥୀମାନେ ସରକାରୀ ବିପିଏସସି ୱେବସାଇଟ୍, bpsc.bihar.gov.in କୁ ଯାଇ ସେମାନଙ୍କର ଓଟିଆର ସମାପ୍ତ କରିପାରିବେ।

୨୦୨୬ ସେପ୍ଟେମ୍ବର ୧ ଠାରୁ ୱେବସାଇଟ୍‌ରେ ଅନଲାଇନ୍ ପଞ୍ଜୀକରଣ ଲିଙ୍କ୍ ସକ୍ରିୟ ହେବ।

ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରି ଉଭୟ ଥିବା ଆବଶ୍ୟକ।

ଏହାସହିତ ପ୍ରାର୍ଥୀ ବିଇଡ଼ି, ସ୍ୱତନ୍ତ୍ର ବିଇଡ଼ି, କିମ୍ବା ବି.ଇଆଇ.ଇଡ଼ି./ବିଏ-ବି.ଇଡି କରିଥିବା ଆବଶ୍ୟକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)