BPCL: ବିପିସିଏଲ୍ର ନୂଆ ପ୍ରିମିୟମ୍ ଏଲ୍ପିଜି ସେବା ଆରମ୍ଭ
"ମୁମ୍ବାଇ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ଗ୍ରାହକଙ୍କ ପାଇଁ ନୂଆ ପ୍ରିମିୟମ୍ ଏଲ୍ପିଜି ସେବା "ଭାରତଗ୍ୟାସ ଲାଇଟ୍ ଜିପ୍" ଶୁଭାରମ୍ଭ କରିଛି।
ଏହା ଅଧୀନରେ ଗ୍ରାହକଙ୍କୁ ତୁରନ୍ତ ନୂଆ ସଂଯୋଗ ସହିତ ଏକ୍ସପ୍ରେସ ଡେଲିଭରି ସୁବିଧା ମିଳିବ।
ସଂପ୍ରତି କମ୍ପାନିର ଏହି ସେବା ମୁମ୍ବାଇରେ ଉପଲବ୍ଧ ରହିଛି।
ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଦେଶର ୨୪ଟି ରାଜ୍ୟର ୧୦୦ରୁ ଅଧିକ ସହରରେ ଉକ୍ତ ସେବା ଆରମ୍ଭ କରିବା ଯୋଜନା ରହିଛି।
Advertisment ଲୋକଙ୍କ ସାଂପ୍ରତିକ ଜୀବନଶୈଳୀକୁ ଦୃଷ୍ଟିରେ ରଖି କମ୍ପାନି ଏହି ସେବା ଆରମ୍ଭ କରିଛି।
ଏହାର ଲକ୍ଷ୍ୟ ହେଉଛି ଗ୍ରାହକ ସହଜ ଓ ସୁରକ୍ଷିତ ଭାବେ ଯେଭଳି ଦ୍ରୁତଗତିରେ ଏଲ୍ପିଜି ସେବା ପାଇପାରିବ।
ଏହାର ସ୍ବତନ୍ତ୍ରତା ହେଉଛି ଭାରତଗ୍ୟାସର ଲାଇଟ୍ କମ୍ପୋଜିଟ୍ ସିଲିଣ୍ଡର।
ପାରମ୍ପରିକ ସିଲିଣ୍ଡର ତୁଳନାରେ ଏହା ଯଥେଷ୍ଟ ହାଲ୍କା।
ଏହାକୁ ଉଠାଇବା ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସହଜ।
ଏହା ସହିତ ଉକ୍ତ ସିଲିଣ୍ଡରରେ କଳଙ୍କି ଲାଗିବା ସମସ୍ୟା ନାହିଁ।
ଏଥିରେ ଦୃଶ୍ୟମାନ ଗ୍ୟାସ ଲେବଲ ଇଣ୍ଡିକେଟର ରହିଛି।
ଅର୍ଥାତ ଟାଙ୍କିରେ କେତେ ଗ୍ୟାସ ରହିଛି ତାହା ସହଜରେ ଜାଣିହେବ।
ଏଥିସହିତ ଏଥିରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିଛି ବୋଲି କମ୍ପାନି କହିଛି।
ଏଥିପାଇଁ ପ୍ରିମିୟମ ଗ୍ରାହକଙ୍କର ଏହା ପସନ୍ଦ ପାଲଟିବ ବୋଲି କୁହାଯାଉଛି।
ବିପିସିଏଲ୍ ଉପରେ ବେଦାନ୍ତର ନଜର: ୯୦ ହଜାର କୋଟିରେ କିଣିବାକୁ ଆଗ୍ରହୀ ପ୍ରିମିୟମ୍ ଏଲ୍ପିଜି ବର୍ଗରେ ବିପିସିଏଲ୍ ପ୍ରବେଶ କରିବାର କିଛି ଦିନ ପୂର୍ବରୁ ଏଚ୍ପିସିଏଲ୍ ସ୍ବିଗି ଇନଷ୍ଟାମାର୍ଟ ସହ ମିଶି କ୍ବିକ୍ କମର୍ସ ପ୍ଲାଟଫର୍ମ ଜରିଆରେ ଅନ୍-ଡିମାଣ୍ଡ୍ ଏଲ୍ପିଜି ଡେଲିଭରି ସେବା ଆରମ୍ଭ କରିଛି।
ଉକ୍ତ ସେବା ବେଙ୍ଗାଲୁରୁରୁ ଆରମ୍ଭ ହୋଇଛି ଯେଉଁଠାରେ ଗ୍ରାହକଙ୍କ ପାଇଁ ୧୦ କିଗ୍ରା ବିଶିଷ୍ଟ କମ୍ପୋଜିଟ୍ ସିଲିଣ୍ଡର "ଏଚ୍ପି ନବ୍ୟା" ଉପଲବ୍ଧ କରାଯାଉଛି।
ଏଚ୍ପିସିଏଲ୍ କମ୍ପାନିର ଏହି ଯୋଜନାରେ ଗ୍ରାହକ କୌଣସି ଘରୋଇ ଗ୍ୟାସ ସଂଯୋଗ ନେଇ ନଥିଲେ ମଧ୍ୟ ନୂଆ ସିଲିଣ୍ଡର ଅର୍ଡର ଦେଇପାରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।