Welcome!

Unlock your personalized experience.
Sign Up

ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ୨୦ଲକ୍ଷରୁ ଅଧିକ ଠକେଇ, ଦୁଇ ଗିରଫ

Jul 19, 2026 - 20:19
ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ୨୦ଲକ୍ଷରୁ ଅଧିକ ଠକେଇ, ଦୁଇ ଗିରଫ

କଟକ,୧୯/୭ : ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ୨୦ଲକ୍ଷ ୭୦ହଜାର ଟଙ୍କାର ସାଇବର ଠକେଇ  ମାମଲାରେ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ମାନଙ୍କ ଭିତରୁ ଜନେ ଆଇନଜୀବି ଥିବାବେଳେ ଅନ୍ୟ ଜଣେ ବିଟେକ୍  ଇଞ୍ଜିନିୟର ଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଆଇନଜୀବି ରାଜା ଦାସ ଏବଂ ଅନ୍ୟ ଜଣେ ହେଲେ ରାଜତ କୁମାର ଲେଙ୍କା।

ଅଭିଯୁକ୍ତମାନଙ୍କ ପାଖରୁ ୬୧ଟି ନକଲି ଚାଲାଣ, ମୋବାଇଲ ଫୋନ,  ଲାପଟପ୍, ୧୧ଟା ଏଟିଏମ କାର୍ଡ଼ ଜବତ ହୋଇଛି । ଅଭିଯୋଗକାରୀ ଙ୍କ କହିବା ଅନୁସାରେ ଫେସବୁକ୍  ସର୍ଚ୍ଚବେଳେ ଅଲ ଇଣ୍ଡିଆ ଆରଟିଓ ଚାଲାଣ ନାଁରେ ଏକ ୱେବ୍ ସାଇଟ ଦେଖିଥିଲେ। ତା’ସହ ଯୋଗଯୋଗ ହେବା ପରେ ସେ ଚାଲାଣ ସେଟଲ କରାଇ ଦେବାକୁ କହିଥିଲା। ଅଭିଯୋଗକାରୀ ତାକୁ ଭରଷା କରି ୨ଲକ୍ଷରୁ ଅଧିକ ଟଙ୍କା ସାଇବର ଠକେଇ ଶିକାର ହୋଇଥିଲେ । ଏହାପରେ କଟକ ସାଇବର୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି କହିଛନ୍ତି କଟକ ଡିସିପି ରୀଷିକେଶ ଖିଲାରୀ ।

ଆହୁରି ପଢନ୍ତୁ : ପୋଲିସ ଭ୍ୟାନ ଧକ୍କାରେ ଦୁଇ ମୃତ , ୧ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।