Book released: ଜଙ୍ଗଲ ଅଧିକାର ଆଇନର ଦୁଇ ଦଶନ୍ଧିର ଅନୁଭବକୁ ନେଇ ପୁସ୍ତକ ଉନ୍ମୋଚିତ

Sep 20, 2026 - 18:22
Book released: ଜଙ୍ଗଲ ଅଧିକାର ଆଇନର ଦୁଇ ଦଶନ୍ଧିର ଅନୁଭବକୁ ନେଇ ପୁସ୍ତକ ଉନ୍ମୋଚିତ

"ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନର କୋଡ଼ିଏ ବର୍ଷ, ଏହାର କାର୍ଯ୍ୟକାରିତା ସମ୍ପର୍କିତ ଲେଖା ଓ ସାହିତ୍ୟ ଏବଂ କ୍ଷେତ୍ରସ୍ତରୀୟ ଅନୁଭବକୁ ନେଇ ଭୁବନେଶ୍ୱରସ୍ଥିତ ବସୁନ୍ଧରା ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅରବିନ୍ଦ ରାଉତଙ୍କ ରଚିତ ଓଡ଼ିଆ ପୁସ୍ତକ ଜଙ୍ଗଲ, ସମୂହ ଓ ଅଧିକାର ଏବଂ ଏହାର ଇଂରାଜୀ ଅନୁବାଦ Forests, Communities and Forest Rights: Experiences, Challenges and Possibilities in the Implementation of the Forest Rights Act ଉନ୍ମୋଚିତ ହୋଇଥିଲା।Advertisment ପ୍ରଶାସକ, ଶିକ୍ଷାବିତ୍‌, କ୍ଷେତ୍ରସ୍ତରୀୟ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ବସୁନ୍ଧରାର ସଦସ୍ୟମାନଙ୍କ ଉପସ୍ଥିତିରେ ଅତିଥିମାନେ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ।

ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଡ.

ଅରବିନ୍ଦ ବେହେରା ମୁଖ୍ୟ ଅଭିଭାଷଣ ଦେଇଥିବାବେଳେ ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ।

ଆଲୋଚନାରେ ମୁମ୍ବାଇସ୍ଥିତ ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନର ପ୍ରଫେସର ଗୀତାଞ୍ଜୟ ସାହୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ଶ୍ୱେତା ମିଶ୍ର, ନୀତି ଓ ଶାସନ ବିଶେଷଜ୍ଞ ସନ୍ଦୀପ କୁମାର ପଟ୍ଟନାୟକ, ମା"ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ, ରଣପୁରର ସମ୍ପାଦକ ଅରକ୍ଷିତ ସାହୁ ଏବଂ ବସୁନ୍ଧରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର ଦାଶ ଯୋଗଦେଇଥିଲେ।

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାର ସଫଳତା, ରହିଯାଇଥିବା ବ୍ୟବଧାନ, ନୂତନ ଆହ୍ୱାନ, ଓଡ଼ିଶା ପାଇଁ ଏହି ଆଇନର ପ୍ରାସଙ୍ଗିକତା ଏବଂ ଆଇନଗତ ଅଧିକାର ସ୍ୱୀକୃତି ପରେ ଜଙ୍ଗଲବାସୀ ସମୁଦାୟଙ୍କ ଅନୁଭବ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ।

ପୁସ୍ତକ ଦୁଇଟିର ପୃଷ୍ଠଭୂମିରେ ଥିବା ଭାବନା ଓ କ୍ଷେତ୍ର ଅନୁଭବ ସମ୍ପର୍କରେ ଲେଖକ ତଥା ବସୁନ୍ଧରାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅରବିନ୍ଦ ରାଉତ ନିଜର ଅନୁଭୂତି ବାଣ୍ଟିଥିଲେ।

ପ୍ରାୟ ଦୁଇ ଦଶନ୍ଧିର ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରୁ ଉଭା ହୋଇଥିବା ବିଭିନ୍ନ ପ୍ରଶ୍ନ, ଅନୁଭବ ଓ ଜଙ୍ଗଲନିର୍ଭରଶୀଳ ସମୁଦାୟଙ୍କ ସ୍ୱରକୁ ପୁସ୍ତକରେ ସ୍ଥାନ ଦେବାର ପ୍ରୟାସ କରାଯାଇଥିବା ସେ କହିଥିଲେ।

ଗୋଷ୍ଠୀ ଜଙ୍ଗଲ ପରିଚାଳନାର କର୍ଣ୍ଣଧାର ନୟାଗଡର ଶଶୀ ମାଉସୀ ଓ ଜଙ୍ଗଲ ଅଧିକାର ଆଇନର ପ୍ରମୁଖ ପରାମର୍ଶଦାତା ପ୍ରଦୀପ ପ୍ରଭୁଙ୍କ ବିୟୋଗରେ ସେମାନଙ୍କ ସ୍ମୃତିଚାରଣ ଏବଂ ସେମାନଙ୍କ ପ୍ରତି ନିରବ ଶ୍ରଦ୍ଧାଞ୍ଜଳି ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ନିବେଦିତା ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)