Bomb Threat to Bhubaneswar Court: ଭୁବନେଶ୍ବର କୋର୍ଟକୁ ବୋମା ଧମକ, ବ୍ୟାପକ ପୋଲିସ ଫୋର୍ସ ମୁତୟନ, ଚାଲିଛି ଯାଞ୍ଚ
ଭୁବନେଶ୍ୱର କୋର୍ଟକୁ ବୋମା ଧମକ। କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ବର କୋର୍ଯକୁ ସମାନ ଧମକ ମିଳିସାରିଛି। କିନ୍ତୁ ତଲାସି ବେଳେ କିଛି ମିଳିନଥାଏ। ବରଂ ଗୁଜବ ବୋଲି ଜଣାପଡ଼ିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।