Body Recovered: ତେନ୍ତୁଳି ଘାଇରେ ବୁଡ଼ି ଯୁବକ ମୃତ, ଦିନକ ପରେ ମିଳିଲା ମୃତଦେହ

Oct 11, 2026 - 13:38
Body Recovered: ତେନ୍ତୁଳି ଘାଇରେ ବୁଡ଼ି ଯୁବକ ମୃତ, ଦିନକ ପରେ ମିଳିଲା ମୃତଦେହ

"ପାରଳାଖେମୁଣ୍ଡି: ଗାଧୋଇବାକୁ ଯାଇ ତେନ୍ତୁଳି ଘାଇରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି।

ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ସ୍ଥିତ ତେନ୍ତୁଳି ଘାଇରେ ଏହି ଅଘଟଣ ଘଟିଛି।

ମୃତ ଯୁବକ ହେଲେ ମୁନିସିଂ ଗ୍ରାମର ନୀଳକଣ୍ଠ ନାୟକ।Advertisment ଗ୍ରାମରେ ଶୋକର ଛାୟା ସୂଚନା ଅନୁଯାୟୀ, ନୀଳକଣ୍ଠ ଗତକାଲି ସନ୍ଧ୍ୟାରେ ଗାଧୋଇବା ପାଇଁ ତେନ୍ତୁଳି ଘାଇକୁ ଯାଇଥିଲେ।

ତେବେ ଗାଧୋଇବା ସମୟରେ ହଠାତ୍ ସେ ପାଣିରେ ବୁଡ଼ି ଯାଇଥିଲେ।

ନିକଟରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଏନେଇ ରା.ଉଦୟଗିରି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀଳକଣ୍ଠଙ୍କ କୌଣସି ସନ୍ଧାନ ମିଳିନଥିଲା।

ଅନ୍ଧାର ଯୋଗୁଁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା।

ଆଜି ପୁଣିଥରେ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଘାଇରେ ଖୋଜାଖୋଜି ଆରମ୍ଭ କରିଥିଲେ।

ଦୀର୍ଘ ସମୟର ଅପରେସନ ପରେ ନୀଳକଣ୍ଠଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଦୁଃଖଦ ଘଟଣାକୁ ନେଇ ମୁନିସିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Attack: ଘସିପୁରାରେ ପାଗଳ ଶିଆଳ ଆତଙ୍କ: ୧୫ ଆହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)