Boat Capsized: ଦୁର୍ଗା ମୂର୍ତ୍ତି ବିସର୍ଜନବେଳେ ଡଙ୍ଗା ବୁଡ଼ିଗଲା: ୨ ମୃତ, ୨ ନିଖୋଜ

Oct 21, 2026 - 17:02
Boat Capsized: ଦୁର୍ଗା ମୂର୍ତ୍ତି ବିସର୍ଜନବେଳେ ଡଙ୍ଗା ବୁଡ଼ିଗଲା: ୨ ମୃତ, ୨ ନିଖୋଜ

"କୋଟା: ଦୁର୍ଗା ମୂର୍ତ୍ତି ବିସର୍ଜନ ସମାରୋହରେ ଏକ ଦୁଃଖଦ ଘଟଣା ଘଟିଛି।

ସାତ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ପରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତକମାନେ ହେଲେ ସୁରଜ ସିଂହ (୨୨) ଓ ବିକାଶ ବର୍ମା (୨୨)।

ଦୁଇ ଜଣ ଯୁବକ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ସକାଳେ ପୁଣି ଥରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା।

ରାଜସ୍ଥାନର କୋଟାରେ ଏହି ଅଘଟଣ ଘଟିଛି।

Advertisment ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ବୋରେଖେଡା ଥାନା ସୀମା ଅନ୍ତର୍ଗତ ଷ୍ଟିଲ୍ ବ୍ରିଜ୍ ନିକଟରେ ଡଙ୍ଗାଟି ଓଲଟି ପଡ଼ିଥିଲା।

ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦୦ ରୁ ୩୦୦ ମିଟର ଦୂରରେ ଦୁଇଟି ମୃତଦେହ ଉଦ୍ଧାର ହୋଇଥିଲା।

ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ ପଠାଯାଇଛି।

ମଙ୍ଗଳବାର ରାତିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସର୍ଚ୍ଚ ଅପରେସନ୍ ତଦାରଖ କରିଥିଲେ।

Pakistan: ମୁନିରଙ୍କ କ୍ଷମତା ବୃଦ୍ଧି ପାଇବା ଯୋଗୁଁ ଆମେରିକା ଏବଂ ୟୁରୋପ ପଳାଇଛନ୍ତି ସରକାରୀ ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଖୋଲି କହିଲେ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)