Blood Donation: କେଉଁମାନେ ରକ୍ତଦାନ କରିପାରିବେ, କେଉଁମାନଙ୍କୁ ରକ୍ତଦାନ ମନା, ଆପଣ ଜାଣିଛନ୍ତି କି?
"ଭୁବନେଶ୍ୱର: ରକ୍ତଦାନକୁ ଏକ ମହତ୍ ଦାନ ଭାବେ ଗ୍ରହଣ କରାଯାଏ।
ଆପଣଙ୍କର ୧ ୟୁନିଟ୍ ରକ୍ତ ପ୍ରାୟ ୩ ଜଣ ଲୋକଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିପାରେ।
ତେବେ ସମସ୍ତେ ରକ୍ତଦାନ କରିପାରିବେ ନାହିଁ।
ରକ୍ତଦାନ କରିବା ପୂର୍ବରୁ ବୟସ, ଓଜନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣିବା ଆବଶ୍ୟକ।Advertisment ୧.
କିଏ ରକ୍ତଦାନ କରିପାରିବେ?ବୟସ ଓ ଓଜନ: ୧୮ ରୁ ୬୫ ବର୍ଷ ବୟସର ବ୍ୟକ୍ତି ରକ୍ତଦାନ କରିପାରିବେ, ଯାହାଙ୍କ ଓଜନ ଅତିକମରେ ୪୫ କିଲୋଗ୍ରାମ ହୋଇଥିବ।
ରକ୍ତରେ ହିମୋଗ୍ଲୋବିନ୍ ସ୍ତର ୧୨.୫ ଗ୍ରାମ୍/ଡିଏଲ କିମ୍ବା ତା"ଠାରୁ ଅଧିକ ହେବା ଆବଶ୍ୟକ।ସମ୍ପୂର୍ଣ୍ଣ ସୁସ୍ଥ ଥିବା ପୁରୁଷମାନେ ପ୍ରତି ୩ ମାସରେ ଏବଂ ମହିଳାମାନେ ପ୍ରତି ୪ ମାସରେ ରକ୍ତଦାନ କରିପାରିବେ।
୨.
ରକ୍ତଦାନ ପୂର୍ବରୁ କି ପ୍ରକାର ଯାଞ୍ଚ କରାଯାଏ?ରକ୍ତଦାନ କରିବା ପୂର୍ବରୁ ଡାକ୍ତରମାନେ ବ୍ୟକ୍ତିଙ୍କର ମେଡିକାଲ୍ ହିଷ୍ଟ୍ରି, ହିମୋଗ୍ଲୋବିନ୍ ସ୍ତର, ରକ୍ତଚାପ, ଶରୀରର ତାପମାତ୍ରା ଏବଂ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି।
ଆହୁରି ପଢନ୍ତୁ: Akhilesh Yadav : ପିର ଅର୍ଥ ଯଦି ପାକିସ୍ତାନ ବିଜେପି ଅର୍ଥ ପାକିସ୍ତାନ ପଳାଅ: ଅଖିଳେଶ ଯାଦବ ୩.
କିଏ ରକ୍ତଦାନ କରିବାରୁ ଦୂରେଇ ରହିବା ଉଚିତ୍?ନିକଟରେ ସର୍ଜରୀ ହୋଇଥିବା ବ୍ୟକ୍ତିବିଶେଷ, ଟିକା ନେଇଥିବା କୌଣସି ବ୍ୟକ୍ତି, ଗର୍ଭବତୀ ମହିଳା କିମ୍ବା କୌଣସି ଦୀର୍ଘକାଳୀନ ଔଷଧ ସେବନ କରୁଥିବା ଲୋକେ କିଛି ଦିନ ପାଇଁ ରକ୍ତଦାନ କରିବା ଉଚିତ୍ ନୁହେଁ।
ସେହିପରି ଗମ୍ଭୀର ଆନେମିଆ (ରକ୍ତହୀନତା) ଥିବା ଲୋକ, ନିକଟରେ ଟାଟୁ (Tattoo) କରାଇଥିବା ବ୍ୟକ୍ତି କିମ୍ବା କୌଣସି ଗୁରୁତର ପୁରୁଣା ରୋଗରେ ପୀଡ଼ିତ ଲୋକ ରକ୍ତଦାନ କରିପାରିବେ ନାହିଁ।
୪.
ରକ୍ତଦାନ ପୂର୍ବରୁ ଏବଂ ପରେ କ"ଣ କରିବେ ଓ କ"ଣ ନକରିବେ?ରକ୍ତଦାନର ୨-୩ ଘଣ୍ଟା ପୂର୍ବରୁ ହାଲୁକା ଏବଂ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ।
ପ୍ରଚୁର ପାଣି ପିଅନ୍ତୁ ଏବଂ ଭଲ ଭାବେ ଶୁଅନ୍ତୁ।
ସେହିପରି ଖାଲି ପେଟରେ ରକ୍ତଦାନ କରନ୍ତୁ ନାହିଁ ଏବଂ ରକ୍ତଦାନ ପୂର୍ବରୁ ମଦ୍ୟପାନ କରନ୍ତୁ ନାହିଁ।
ରକ୍ତଦାନ ପରେ ପ୍ରଚୁର ପାଣି, ଜୁସ୍ କିମ୍ବା ନଡ଼ିଆ ପାଣି ପିଅନ୍ତୁ ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ।
ହାଲୁକା ଜଳଖିଆ ଖାଆନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

