Blaze Erupts at Footwear Showroom in Bhubaneswar: ଭୁବନେଶ୍ୱରରେ ଜୋତା ସୋ' ରୁମ୍ ରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ଭୁବନେଶ୍ୱର ଅଶୋକ ନଗରର ଏକ ଜୋତା ସୋ' ରୁମ୍ ରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ। ବିଲ୍ଡିଂ ଭିତରୁ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଦମକଳ ବାହୀନିକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଭୁବନେଶ୍ୱର ଅଗ୍ନିଶମ ସେବା ବିଭାଗର ଗାଡ଼ି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେକ୍ରେଟାରିଏଟ୍ ଫାୟାର ଷ୍ଟେସନ ଏବଂ CR SFFର ମିଳିତ ସହଯୋଗରେ ତୁରନ୍ତ ନିଆଁକୁ ଆୟତ୍ତ ପାଇଁ ଅପରେସନ ଆରମ୍ଭ ହୋଇଥିଲା। ଅଘଟଣରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇଥିବାର ଖବର ମିଳିନାହିଁ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।...
ଅଶୋକ ନଗର ଜୋତା ସୋ' ରୁମ୍ ରେ ନିଆଁ
ଭୁବନେଶ୍ୱର ଅଶୋକ ନଗରର ଏକ ଜୋତା ସୋ' ରୁମ୍ ରେ ଅଗ୍ନିକାଣ୍ଡ
ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ, ଅଗ୍ନିଶମ ଟିମ୍ ନିୟୋଜିତ
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍, ସ୍ଥିତି ନିୟନ୍ତ୍ରଣାଧୀନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।