Black Scorpio କଳିଙ୍ଗଷ୍ଟୁଡିଓ ରାସ୍ତାରେ ଆତଙ୍କ ଖେଳାଇ‌ଲା, କଳା ସ୍କୋର୍ପିଓ, ୬ରୁ ଊର୍ଦ୍ଧ୍ବ ଆହତ

Oct 13, 2026 - 22:57
Black Scorpio  କଳିଙ୍ଗଷ୍ଟୁଡିଓ ରାସ୍ତାରେ ଆତଙ୍କ ଖେଳାଇ‌ଲା, କଳା ସ୍କୋର୍ପିଓ, ୬ରୁ ଊର୍ଦ୍ଧ୍ବ ଆହତ

"ଭୁବନେଶ୍ବର: ଆଜି (ମଙ୍ଗଳବାର) ରାତି ପ୍ରାୟ ୧୦ଟାରେ ଏକ କଳାସ୍କୋର୍ପିଓ (ଓଡି୦୭ବିଜି ୧୭୭୭) ଭରତପୁର ଥାନା ଅଧୀନ ସୋମ୍‌ ହସ୍‌ପିଟାଲ୍‌ ରୋଡ୍‌ରେ ସିରିଜ୍‌ ଦୁର୍ଘଟଣା ଘଟାଇଛି।

ଦୁର୍ଘଟଣାରେ ଏକାଧିକ କାର୍‌, ବାଇକ୍‌ କ୍ଷତିଗ୍ରସ୍ତ ହେବା ସହ ୬ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment Chatrapur: ଛତ୍ରପୁରରେ କାର୍‌ର ସିରିଜ୍‌ ଦୁର୍ଘଟଣା: ଜଳଖିଆ ଦୋକାନରେ ପଶିଲା କାର୍‌, ଦୁଇ ଭାଇ ଗୁରୁତରପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ସ୍କୋର୍ପିଓଟି ଦ୍ରୁତଗତିରେ କଳିଙ୍ଗ ଷ୍ଟୁଡିଓ ଠାରୁ କଳିଙ୍ଗବିହାର ରାସ୍ତାରେ ଯାଉଥିଲା।

ଅଚାନକ ରାସ୍ତା କଡ଼ରେ ଥିବା ମୋଟରସାଇକଲ୍‌, କାର୍‌ ଓ ପଦଯାତ୍ରୀଙ୍କ ଉପରକୁ ମାଡ଼ିଯାଇ ଅଟକିଥିଲା।

ଏହାପରେ ଆଖପାଖର ଲୋକମାନେ  ସ୍କୋର୍ପିଓକୁ ଭଙ୍ଗାରୁଜା କରିବା ସହ ଚାଳକକୁ ଧରିଥିଲେ।

ପୁଲିସ ପହଞ୍ଚି ଚାଳକକୁ ଉଦ୍ଧାର କରିବା ସହ ଟ୍ରାଫିକ୍‌ କୁ ନିୟନ୍ତ୍ରଣ କରିଥିଲା।

Multi-Vehicle Crash ସିରିଜ୍‌ ଦୁର୍ଘଟଣା: ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତକିଛି ସମୟ‌ ପରେ ‌ଭୁବନେଶ୍ବର ଡିସିପି ଶ୍ରବଣା ବିବେକ ଏମ୍‌ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆହତମାନଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)