BJP: ବିଜେଡି କଲେଜ୍ ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ତାର ଫଳ ଭୋଗିଛି: ଅନୀଲ ବିଶ୍ବାଳ

Oct 17, 2026 - 15:31
BJP: ବିଜେଡି କଲେଜ୍ ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ତାର ଫଳ ଭୋଗିଛି: ଅନୀଲ ବିଶ୍ବାଳ

"ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଗତ ୮ ବର୍ଷ ଧରି କଲେଜ ଛାତ୍ରସଂସଦ ନିର୍ବାଚନ କରାଇଦେଉନଥିଲା।

ବିଜେଡି ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ଆଜି ତାର ଫଳ ଭୋଗିଛି।

ବିଜେଡି ବି କଂଗ୍ରେସ ଭଳି ରୋଗରେ ଆକ୍ରାନ୍ତ।

ଜିତିଲେ ସବୁ ଠିକ୍, ହାରିଲେ ଅନିୟମିତା କଥା ଉଠାଏ।

ଆନ୍ଦୋଳନଜୀବୀମାନଙ୍କୁ ଏଥର କଡ଼ା ଜବାବ ଦେଇଛନ୍ତି ଛାତ୍ରସମାଜ।

ବିଜେଡି ଓ କଂଗ୍ରେସର ମିଛ ନ୍ୟାରେଟିଭ୍ କୁ କଡ଼ା ଜବାବ ମିଳିଛି।

Advertisment ଏଥର ଓଡ଼ିଶାରେ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୧୩ରୁ ୮ଟି ବିଶ୍ବବିଦ୍ୟାଳୟରେ ସଭାପତି ପଦ ଓ ୧୧ଟିରେ ସାଧାରଣ ସଂପାଦକ ପଦ ହାସଲ କରି ଏକଥା ପ୍ରମାଣିତ କରିଛି ଯେ ଓଡ଼ିଶାର ଛାତ୍ରସମାଜ ରାଷ୍ଟ୍ରବାଦ ସପକ୍ଷରେ ଅଛନ୍ତି।

ଆଜି ବିଜେପିର ମୁଖପାତ୍ର ଏଭଳି ଢଙ୍ଗରେ ବିଜେଡିକୁ ସମାଲୋଚନ କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ଏବିଭିପିର କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ  ଅଭିନନ୍ଦନ ଜଣାଇଛନ୍ତି।

ଅମିତ ଶାହ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ "ଏକ୍ସ"ରେ ଲେଖିଛନ୍ତି, ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା @abvpodisha ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ "ରାଷ୍ଟ୍ର ପ୍ରଥମ" ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି।

ଏହି ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ।ବିରୋଧୀଙ୍କ ବିଭାଜନକାରୀ ରାଜନୀତିକୁ ପଛରେ ପକାଇ, ଛାତ୍ରହିତ ଓ ରାଷ୍ଟ୍ରହିତ ସପକ୍ଷରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଅକୁଣ୍ଠ ସମର୍ଥନ ସହ ରାଜ୍ୟର ଶତାଧିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିପୁଳ ବିଜୟ ହାସଲ କଲା ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଏବିଭିପିକୁ ଅଭିନନ୍ଦନ ଜଣାଇଛନ୍ତି।

ଏନେଇ ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ"ଏକ୍ସ"ରେ ଲେଖିଛନ୍ତି, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମୋର ଆନ୍ତରିକ ଅଭିନନ୍ଦନ।

ଏହି ବିଜୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ  @narendramodi ଜୀଙ୍କ ପ୍ରତି ଯୁବପିଢ଼ି (Gen Z)ଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସର ପ୍ରତୀକ।

ମୁଁ ଆଶା କରୁଛି ଯେ 'ଜ୍ଞାନ, ଶୀଳ ଓ ଏକତା'ର ଆଦର୍ଶରେ ଗଢ଼ା ଏହି ସଂଗଠନ ସାଧାରଣ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦେବା ସହ କ୍ୟାମ୍ପସରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ଗଢ଼ିତୋଳିବ।

ରାଷ୍ଟ୍ର ନିର୍ମାଣର ଏହି ମହାନ ଯାତ୍ରାରେ ସମସ୍ତ ବିଜୟୀ ପ୍ରତିନିଧିଙ୍କ ସଫଳ କାର୍ଯ୍ୟକାଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Governor: ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)