BJP Workers Shave Heads After TMC Defeat: TMC ଗାଦିରୁ ହଟିବା ପରେ ପୂର୍ବ ପ୍ରତିଜ୍ଞା ପୂରଣ କଲେ; ଲଣ୍ଡା ହୋଇ ବିକ୍ଷୋଭ ପ୍ରଦର୍ଶନ କଲେ
ମମତା ହାରିଲେ, ଲଣ୍ଡା ହେଲେ ବିଜେପି କର୍ମୀ। ପଶ୍ଚିମବଙ୍ଗରେ TMC ଗାଦିରୁ ହଟିବା ପରେ ପୂର୍ବ ପ୍ରତିଜ୍ଞା ଅନୁଯାୟୀ ପଶ୍ଚିମବଙ୍ଗ ଏଗ୍ରା ଗାଁର କିଛି ବିଜେପି କର୍ମୀ ଆଜି ଲଣ୍ଡା ହୋଇଛନ୍ତି। ଏଭଳି କିଛି ଘଟଣାକୁ ନେଇ ଏବେ ପ୍ରବଳ ଚର୍ଚ୍ଚା।
ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଓ TMC ସରକାରଙ୍କ ପତନ ପରେ ପୂର୍ବ ମେଦିନୀପୁରର ଏଗ୍ରାରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ମହାଦେବଙ୍କ ନିକଟରେ କରାଯାଇଥିବା ପୁରୁଣା ପ୍ରତିଜ୍ଞା ପୂରଣ କରିବା ପାଇଁ ୫ ବିଜେପି କର୍ମୀ ଏବଂ ସ୍ଥାନୀୟ ନେତା ଏକକାଳୀନ ଲଣ୍ଡା ହୋଇଛନ୍ତି।
- ମମତା ହାରିଲେ, ଲଣ୍ଡା ହେଲେ ବିଜେପି କର୍ମୀ
- TMC ଗାଦିରୁ ହଟିବା ପରେ ପୂର୍ବ ପ୍ରତିଜ୍ଞା ପୂରଣ କଲେ
- ଲଣ୍ଡା ହୋଇ ବିକ୍ଷୋଭ ପ୍ରଦର୍ଶନ କଲେ