BJP MLA Raises Questions Over 5T School: ୫-ଟି ସ୍କୁଲ ଅର୍ଥ ହେରଫେର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଗୃହରେ 5T ଝଡ଼।
5T ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ।
ବିଧାୟକଙ୍କ ଦାବିକୁ ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ।
ଆବଶ୍ୟକ ହେଲେ କାର୍ଯାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ।
5T ଯୋଜନାରେ CSR ଓ ଓମବାର୍ଡସି ଫଣ୍ଡ ସହ MGNRGS ଅର୍ଥ ଖର୍ଚ୍ଚ କରି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ କରାଯାଇଥିଲା।
Advertisment ପ୍ରୋଜେକ୍ଟର ମୂଲ୍ୟ ୩୮୭ କୋଟି ୯୦ ଲକ୍ଷ ରହିଥିଲା।
କିନ୍ତୁ ଗତ ସରକାର ରେ 5T ସ୍କୁଲ ଭିତ୍ତିଭୂମି ରେ ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନଥିବା ଅଭିଯୋଗ କରି ତଦନ୍ତ ଦାବି କରିଥିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
'5T ସ୍କୁଲ୍ ଅର୍ଥ ହେରଫେରର ତଦନ୍ତ ହେବ' ରାଜ୍ୟରେ 5T ସ୍କୁଲ୍ ଅର୍ଥ ହେରଫେର ନେଇ ତଦନ୍ତ ହେବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ଦ୍ଦେଶ ଆବଶ୍ୟକ ହେଲେ, କାର୍ଯାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର 5T ସ୍କୁଲ୍ ଅର୍ଥ ଖର୍ଚ୍ଚର ତଦନ୍ତ ଦାବି କଲେ ଇରାଶିଷ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
