BJP Booth President Killed: ବିଜେପି ବୁଥ ସଭାପତିଙ୍କୁ ବିଭତ୍ସ ହତ୍ୟା, ସାମାନ୍ୟ ବଚସାରୁ ଅତି ଭୟଙ୍କର ହତ୍ୟାକାଣ୍ଡ
କେନ୍ଦ୍ରାପଡ଼ା ଜିଲ୍ଲାର ରାମନଗରରେ ହତ୍ୟାକାଣ୍ଡ। ସ୍ଥାନୀୟ ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ହତ୍ୟା କରାଯାଇଛି। କଥା କଟାକଟିକୁ ନେଇ ଇଟା ଓ କାଠ ଫାଳିଆ ମାଡ଼ରେ ମୃତ୍ୟୁ। ଜମ୍ବୁ ମେରାଇନ୍ ଥାନା ପୋଲିସ୍ ଜଣଙ୍କୁ ଅଟକ ରଖିଛି। ତେବେ ମଙ୍ଗଳବାର ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।
ବିବାଦ ସମାଧାନ ପାଇଁ ତପନ ଦାସ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ଗଣ୍ଡଗୋଳ ବଢ଼ିବା ପରେ ସଞ୍ଜୟ କାଠ ଫାଳିଆରେ ତପନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତପନଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଜଣଙ୍କୁ ଅଟ୍କ ରଖି ଜମ୍ବୁ ମେରାଇନ୍ ଥାନା ପୋଲିସ୍ ତଦନ୍ତ କରୁଛି।