BJD Targets Odisha Government: ଭତ୍ତା ବଣ୍ଟନକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡ଼ି, ବର୍ଷିଲେ ପ୍ରଦୀପ ମାଝୀ
ଭତ୍ତା ବଣ୍ଟନରେ ବିଳମ୍ବ ଏବଂ ନୂତନ ପେନସନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ। ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ସେ କହିଛନ୍ତି, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନରେ ଅନିୟମିତତା ଦେଖାଦେଇଛି। ନବରଙ୍ଗପୁର ଜିଲ୍ଲାରେ ୬୮ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଭତ୍ତା ଟଙ୍କା ନମିଳିବାରୁ ହଇରାଣ ହେଉଛନ୍ତି।
ସେହିଭଳି ନୂତନ ପେନସନ ପାଇଁ ୬ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହିତାଧିକାରୀଙ୍କ ମୃତ୍ୟୁଙ୍କୁ ଅପେକ୍ଷା କରିଛନ୍ତି ବୋଲି ବିଜେଡି ନେତା କହିଛନ୍ତି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, NSAP ଯୋଜନାର ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇ ମାସର ପେନସନ ରାଶି ପଠାଯାଇଛି। ବାକି ମାମଲାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।