Bihar government: ଗରିବ ପିଲାଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଉପହାର, ଏଣିକି ବସ୍‌ରେ ଚାଲିବ ସ୍କୁଲ

Nov 02, 2026 - 15:52
Bihar government: ଗରିବ ପିଲାଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଉପହାର, ଏଣିକି ବସ୍‌ରେ ଚାଲିବ ସ୍କୁଲ

ପାଟନା: ଦାରିଦ୍ର୍ୟ , ସ୍କୁଲ ଦୂରରେ ଥିବା କିମ୍ବା ପାରିବାରିକ ସମସ୍ୟା ଯୋଗୁଁ ଯେଉଁ ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି, ସେମାନଙ୍କ ପାଇଁ ବିହାର ସରକାର ଏକ ବଡ଼ ଯୋଜନା ଆଣିବାକୁ ଯାଉଛନ୍ତି।

ରାଜ୍ୟ ସରକାର 'ସ୍କୁଲ ଅନ୍ ହ୍ୱିଲ୍ସ' ଅର୍ଥାତ୍ 'ଚକ ଉପରେ ସ୍କୁଲ' ନାମକ ଏକ ନିଆରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

Advertisment ଏହି ଯୋଜନା ଅନୁସାରେ, ଅଚଳ ହୋଇ ପଡ଼ିରହିଥିବା ବଡ଼ ବଡ଼ ବସ୍‌ଗୁଡ଼ିକୁ ଅତ୍ୟାଧୁନିକ ଚଳନ୍ତା ଶ୍ରେଣୀଗୃହରେ ପରିଣତ କରାଯିବ।

ଏହି ବସ୍‌ଗୁଡ଼ିକ ବିଭିନ୍ନ ବସ୍ତି, ଝୁମ୍ପୁଡ଼ି ଅଞ୍ଚଳ ଏବଂ ଦୁର୍ଗମ ଗାଁକୁ ଯାଇ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବ।

ଯେଉଁ ପିଲାମାନେ ପ୍ରତିଦିନ ସ୍କୁଲ ଯାଇପାରୁନାହାନ୍ତି, ସେମାନେ ଏହାଦ୍ୱାରା ଶିକ୍ଷା ପାଇବାର ସୁଯୋଗ ପାଇବେ।

ତେବେ ଏହି ଚଳନ୍ତା ସ୍କୁଲ ରେ ପିଲାଙ୍କୁ କେଉଁ ସବୁ ସୁବିଧା ମିଳିବ ଏବଂ ବିହାର ର କେତୋଟି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ, ଆସନ୍ତୁ ଜାଣିବା।

ଚଳନ୍ତା ସ୍କୁଲରେ ପିଲାଙ୍କୁ କ'ଣ ସବୁ ସୁବିଧା ମିଳିବ?

କେବଳ ପାଠପଢ଼ା ନୁହେଁ, ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏହି ବସ୍‌ରେ ଅନେକ ସୁବିଧା ଯୋଗାଇଦେବେ।

୧.

ଖେଳକୁଦ ମାଧ୍ୟମରେ ମାଗଣା ଶିକ୍ଷା ଏହି ଚଳନ୍ତା ସ୍କୁଲରେ ୱାଇଫାଇ, ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଏବଂ ସ୍ମାର୍ଟ ସ୍କ୍ରିନ୍‌ର ସୁବିଧା ରହିବ।

ଅର୍ଥାତ୍ ଆଧୁନିକ ପଦ୍ଧତିରେ ପିଲାମାନଙ୍କୁ ପାଠ ପଢ଼ାଯିବ।

୨.

ମାଗଣାରେ ମିଳିବ ଗରମ ଖାଦ୍ୟ ପାଠ ପଢ଼ିବାକୁ ଆସୁଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ତାଜା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ।

୩.

ମାଗଣାରେ ମିଳିବ ସ୍କୁଲ ପୋଷାକ ଓ ବହି ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ସହ ପାଠପଢ଼ା ପାଇଁ ଆବଶ୍ୟକ ଖାତା ଓ ବହି ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ।

ଫଳରେ ଗରିବ ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ।

ବିହାରର ଏହି ୫ଟି ଜିଲ୍ଲାରେ ଚାଲିବ ବସ୍ ସରକାର ପ୍ରଥମ ପର୍ଯ୍ୟାୟରେ ବିହାରର ୫ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ପକ୍ଷରୁ ଏହି ଯୋଜନା ଆରମ୍ଭ ପାଇଁ ଭାଗଲପୁର, ପାଟନା, ମୁଜାଫରପୁର, ଗୟା ଏବଂ ଦରଭଙ୍ଗା ଜିଲ୍ଲାକୁ ଚୟନ କରାଯାଇଛି।

କାହା ଉପରେ ରହିବ ଦାୟିତ୍ୱ? - ପିଲାମାନେ ପ୍ରତିଦିନ ସ୍କୁଲ ବସ୍‌କୁ ଆସୁଛନ୍ତି କି ନାହିଁ, ସେମାନଙ୍କ ଉପସ୍ଥାନ ଏବଂ ପାଠପଢ଼ାରେ କେତେ ଉନ୍ନତି ହେଉଛି, ତାହାର ହିସାବ ନଗର ନିଗମ ରଖିବ। - ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ମଧ୍ୟ ନିୟମିତ ଯାଞ୍ଚ କରାଯିବ। - ଏହି ପ୍ରକଳ୍ପକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆଇନ ବିଭାଗ, ଶିକ୍ଷା ବିଭାଗ, ନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ କାମ କରିବେ।

କେଉଁ ପିଲାମାନେ ଏହି ସ୍କୁଲରେ ପଢ଼ିପାରିବେ?

ରାସ୍ତାକଡ଼ରେ ରହୁଥିବା ପିଲା, ଟ୍ରାଫିକ୍ ସିଗନାଲରେ ସାମଗ୍ରୀ ବିକ୍ରି କରୁଥିବା ପିଲା, ଭିକ୍ଷାବୃତ୍ତି କରୁଥିବା କିମ୍ବା ରାସ୍ତାକଡ଼ରେ ରହୁଥିବା ଅସହାୟ ଓ ଅନାଥ ପିଲାମାନଙ୍କୁ ଚିହ୍ନଟ କରି ଏହି ସ୍କୁଲରେ ନାମ ଲେଖାଯିବ।

୬ରୁ ୧୪ ବର୍ଷ ବୟସର ପିଲାମାନେ ଏହି ସ୍କୁଲରେ ନାମ ଲେଖାଇପାରିବେ।

ଯେଉଁ ପିଲାମାନେ ପୂର୍ବରୁ ସ୍କୁଲ ଯାଉଥିଲେ, କିନ୍ତୁ କୌଣସି କାରଣରୁ ଅଧାରୁ ପାଠପଢ଼ା ଛାଡ଼ି ଦେଇଛନ୍ତି, ସେମାନଙ୍କୁ ମଧ୍ୟ ପୁଣିଥରେ ପାଠପଢ଼ିବାର ସୁଯୋଗ ମିଳିବ।

ପିଲାମାନଙ୍କ ନାମ ଲେଖାଇବା ପୂର୍ବରୁ ସେମାନଙ୍କ ବାପା-ମାଆ କିମ୍ବା ଅଭିଭାବକଙ୍କ ସହମତି ନିଆଯିବ।

ଆଗକୁ ପାଠପଢ଼ା ଜାରି ରଖିବାର ସୁଯୋଗ ଏହି ବସ୍‌ରେ ପିଲାମାନଙ୍କୁ ଏପରି ଭାବେ ପ୍ରସ୍ତୁତ କରାଯିବ, ଯାହାଦ୍ୱାରା ସେମାନେ ପରବର୍ତ୍ତୀ ସମୟରେ ନିଜ ବୟସ ଅନୁସାରେ ଯେକୌଣସି ସରକାରୀ ସ୍କୁଲର ସାଧାରଣ ଶ୍ରେଣୀରେ ସିଧାସଳଖ ନାମ ଲେଖାଇ ପାରିବେ।

ବର୍ତ୍ତମାନ ଦେଶର ମହାରାଷ୍ଟ୍ର, ଗୁଜରାଟ, କେରଳ, ଆସାମ ଏବଂ ମଣିପୁର ଭଳି ରାଜ୍ୟରେ ଏହି ପ୍ରକାରର ଯୋଜନା ଚାଲିଛି।

ଏବେ ଏହି ତାଲିକାରେ ବିହାରର ନାମ ମଧ୍ୟ ଯୋଡ଼ି ହେବାକୁ ଯାଉଛି।

ସମ୍ଭାବ୍ୟ ବାତ୍ୟା ମୁରାସୁ: ୩ ଓ ୪ ତାରିଖ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)