Bihar Food Delay: ବିହାରରେ ଲୋମହର୍ଷକ ଘଟଣା: ଖାଇବା ଦେବାରେ ବିଳମ୍ବ ହେବାରୁ ଭାଉଜର ମୁଣ୍ଡ କାଟି ଗଛରେ ଝୁଲାଇ ଦେଲା ଦିଅର

Jul 30, 2026 - 18:35
Bihar Food Delay:  ବିହାରରେ ଲୋମହର୍ଷକ ଘଟଣା: ଖାଇବା ଦେବାରେ ବିଳମ୍ବ ହେବାରୁ ଭାଉଜର ମୁଣ୍ଡ କାଟି ଗଛରେ ଝୁଲାଇ ଦେଲା ଦିଅର

"ପାଟନା: ବିହାରରେ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି।

ମଙ୍ଗଳବାର ଦିନ ଜହାନାବାଦ ଜିଲ୍ଲାର ପାରସା ବିଘା ଥାନା ସୀମା ଅନ୍ତର୍ଗତ ଇମାଦପୁର ଗାଁରେ ଜଣେ ୨୫- ବର୍ଷୀୟ ମହିଳାଙ୍କୁ ତାଙ୍କ ସାନ ଦିଅର କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ହୋଇଥିବା ଯୁକ୍ତିତର୍କରୁ ଏହି ଅପରାଧ ଘଟିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ଭାଉଜର ମୁଣ୍ଡ କାଟିବା ପରେ ଗାଁ ଶେଷମୁଣ୍ଡ‌ରେ ଥିବା ଏକ ବର ଗଛରେ ଝୁଲାଇ ଦେଇଥିଲେ।

ପରେ ଗାଁ ଲୋକେ ଅଭିଯୁକ୍ତକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।ମୃତ ମହିଳା ଧର୍ମେନ୍ଦ୍ର କୁମାରଙ୍କ ପତ୍ନୀ ଅଂଶୁ ଦେବୀ ବୋଲି ଜଣାପଡ଼ିଛି।Advertisment ଭୟଙ୍କର ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳ ଅଂଶୁ ଏକୁଟିଆ ଘରେ ଥିବା ସମୟରେ ଏହି ଘଟଣା ଘଟିଥିଲା।

ଘରର ଅନ୍ୟ ସଦସ୍ୟ ଚାଷ ପାଇଁ କ୍ଷେତକୁ ଯାଇଥିଲେ।

ଦିଅର କୁନାଲ କୁମାର କାମରୁ ଫେରି ଖାଇବାକୁ ମାଗିଥିଲା।

କିନ୍ତୁ ଖାଦ୍ୟ ଦେବାରେ ବିଳମ୍ବକୁ ନେଇ କୁନାଲ କୁମାର ଉତ୍ତେଜିତ ହୋଇ ଭାଉଜକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

ହତ୍ୟାକାଣ୍ଡ ଘଟାଇବାରେ ପରେ ଅଭିଯୁକ୍ତ କଟାମୁଣ୍ଡକୁ ଗାଁରେ ଶେଷମୁଣ୍ଡରେ ଥିବା ବରଗଛରେ ଟାଙ୍ଗି ଦେଇଥିଲା।

ଗ୍ରାମବାସୀ ଗଛରେ କଟାମୁଣ୍ଡ ଝୁଲୁଥିବା ଦେଖି ଭୟଭୀତ ହୋଇଯାଇଥିଲେ ଓ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁନାଲ କୁମାରକୁ ଗାଁରୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି।

ଅଭିଯୁକ୍ତକୁ ପୁଲିସ ହେପାଜତରେ ରଖି ପଚରାଉଚରା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।