Bhubaneswar Minor Rape Case; ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ; ସୋସିଆଲ ମିଡିଆରୁ ହୋଇଥିଲେ ପରିଚିତ
ରାଜଧାନୀରେ ଲଜ୍ଜା। ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୋଗରେ ପଳାଶପଲ୍ଲୀ ଅଞ୍ଚଳର ସୁପ୍ରୀୟ ମହାରଣାଙ୍କୁ ଗିରଫ କଲା ଚନ୍ଦକା ପୋଲିସ। ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହିତ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ।
ଗତ ୧୬ ତାରିଖ ସନ୍ଧ୍ୟାରେ ରଜ ପର୍ବ ଅବସରରେ ନାବାଳିକା ଜଣକ ଡ୍ୟାନ୍ସ ପ୍ରତିଯୋଗିତାକୁ ଯିବା ବେଳେ ନିଖୋଜ ହୋଇଥିଲେ। ପରେ ପରିବାର ପକ୍ଷରୁ ଚନ୍ଦକା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଗତ ଜୁନ୍ ୨୫ ତାରିଖରେ ଭୁବନେଶ୍ୱର ଫରେଷ୍ଟ ପାର୍କ ଛକ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ।ନାବାଳିକାଙ୍କ ବୟାନ ରେକର୍ଡ ସହ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା।
- ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
- ପଳାଶପଲ୍ଲୀ ଅଞ୍ଚଳର ଜଣେ ଯୁବକ ଗିରଫ
- ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ପୋଲିସ
- ନାବାଳିକାଙ୍କ ବୟାନ ରେକର୍ଡ କଲା ପୋଲିସ