Bhadrak Road Accident ଜନ୍ମ ପ୍ରମାଣ ପାଇଁ ଆସିଥିଲେ, ଫେରନ୍ତା ବାଟରେ ଦୁର୍ଘଟଣାରେ ଜୀବନ ହାରିଲେ
"ଭଦ୍ରକ (ହରିହର ନାୟକ): ଭଣଜାର ଜନ୍ମ ପ୍ରମାଣ ପାଇଁ ଚିକିତ୍ସାଳୟ ଆସିଥିଲେ।
ପ୍ରମାଣପତ୍ର ହୋଇପାରିନଥିଲା, ଏଣୁ ପୁଣିଥରେ ଚିକିତ୍ସାଳୟକୁ ଆସିବାକୁ ଯୋଜନା କରି ଘରକୁ ଫେରୁଥିଲେ।
କିନ୍ତୁ ଏହି ସମୟରେ କାଳ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଥିଲା।
ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ସେମାନଙ୍କ ଜୀବନ ଗଲା।
ଏଭଳି ଏକ ଦୁଃଖଦ ଘଟଣା ଭଦ୍ରକରେ ଘଟିଛି।
Advertisment Accident: ଭଦ୍ରକରେ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ସୂଚନାନୁସାରେ, ବନ୍ତ ଵ୍ଲକ କେନ୍ଦୁଆପଦା ଅଞ୍ଚଳର ୩ଜଣ ବ୍ୟକ୍ତି ଗୋଟିଏ ମୋଟରସାଇକେଲ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜର ଭଣଜାର ଜନ୍ମପ୍ରମାଣପତ୍ର ନିମନ୍ତେ ଆସିଥିଲେ।
ତେବେ କୌଣସି କାରଣବଶତଃ ତାହା ପ୍ରସ୍ତୁତ ହୋଇପାରିନଥିଲା, ଏଣୁ ପୁଣିଥରେ ଆସି ଏହା କରାଇନେବାକୁ ମନସ୍ଥ କରି ଘରକୁ ଫେରୁଥିଲେ।
୧୬ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗୋପବନ୍ଧୁପୁର୍ ଛକ ନିକଟରେ ରାସ୍ତାକଡ଼ରେ ମୋଟରସାଇକଲ୍ ରଖି ପରିସ୍ରା କରୁଥିଲେ।
ଏତିକି ବେଳ ଏକ ହାଇୱା ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ରାସ୍ତାକଡ଼ର ରିଟେନିଂ ୱାଲ୍ରେ ଧକ୍କା ଦେଇଥିଲା।
ଧକ୍କା ଏଭଳି ଥିଲା ଯେ ମୋଟରସାଇକଲ୍ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଓ ଦୁଇଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଏହାପରେ ଆଖପାଖର ଲୋକମାନେ ଜମା ହୋଇଯାଇଥିଲେ।
ହାଇୱାଚାଳକକୁ ଧରି ଥିବା ବେଳେ ପୁଲିସ ପହଞ୍ଚିଥିଲା।
ପୁଲିସ ସହ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା।
ଖବର ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀ ଗୋଟିଏ ମୃତ ଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଗୋଟିଏ ମୃତ ଦେହ ଟ୍ରକ୍ ତଳେ ରହିଛି ।
ଦୁର୍ଘଟଣାରେ ଦୁଇ ମୃତ ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି।
ରାଜପଥର ଉଭୟପକ୍ଷରେ ଶହଶହ ଯାନବାହନ ଅଟକି ରହିଥିଲା।
ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ୍ ଚଳାଚଳ ସ୍ବାଭାବିକ କରିଛି।
Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା" ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ।
ସେ କହିଛନ୍ତି, ମୃତକଙ୍କ ପରିବାରକୁ ୩୦ ହଜାର ଲେଖାଏଁ ଆର୍ଥିକ ସହଯୋଗ ଦିଆଯିବ ।
ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପରେ ମୃତକଙ୍କ ସନ୍ତାନ ମାନଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ସରକାର ।
ଥାନାରେ ଗାଡ଼ିର ଡ୍ରାଇଭର ଅଟକ ରହିଛି ।
ଗାଡ଼ିର ଇନ୍ସୁରାନ୍ସ ଭେଲିଡ ଅଛି ।
ଆଞ୍ଚଳିକ ପରିବହନ ଅଧିକାରୀ ଘଟଣାକୁ ତଦନ୍ତ କରୁଛନ୍ତି ।
ମୃତକଙ୍କ ପରିବାର କ୍ଲେମ ସେଟଲମେଣ୍ଟ କରିପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।