Bhadrak Medical College Demand ମେଡିକାଲ କଲେଜ ନହେଲେ ଭଦ୍ରକ ବନ୍ଦ କରିବ କଂଗ୍ରେସ

Sep 17, 2026 - 20:00
Bhadrak Medical College Demand ମେଡିକାଲ କଲେଜ ନହେଲେ ଭଦ୍ରକ ବନ୍ଦ କରିବ କଂଗ୍ରେସ

"ଭଦ୍ରକ(ହରିହର ନାୟକ):  ରାଜ୍ୟ ସରକାର ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମାତ୍ର ଏହି ଘୋଷଣା ଏବେ ପାଣିରଗାର ହୋଉଛି।

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ ଊହ୍ଲାଇବ ବୋଲି ଆଜି (ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଚେତାବନୀ ଦେଇଛି।

Advertisment Bhadrak Medical College ଏବର୍ଷ ଭଦ୍ରକରେ ହେବ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଳିନୀକାନ୍ତ ମହାନ୍ତିଙ୍କ  ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏଥିରେ ସେ କହିଥିଲେ, ବିଜେପି କ୍ଷମତାକୁ ଆସିଲେ ଭଦ୍ରକବାସୀଙ୍କ ଦୀର୍ଘଦିନର ୨ ପ୍ରମୁଖ ଦାବି ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ୬ ମାସ ମଧ୍ୟରେ ସ୍ଥାପନ ହେବ ବୋଲି ନିଜ ନିର୍ବାଚନୀ ଇସ୍ତହାରରେ ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବାକୁ ଇତିମଧ୍ୟରେ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ବ ସମୟ  ବିତିସାରିଛି ।

କିନ୍ତୁ ଉଭୟ କ୍ଷେତ୍ରରେ ବିଜେପି ସରକାର ଏହାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ।

ଏହା ପ୍ରଶାସନିକ ନିଷ୍କ୍ରିୟତା ନା ବିଜେପି ସରକାରରେ ଭଦ୍ରକରୁ ପ୍ରତିନିଧିତ୍ବ କରୁଥିବା ନେତୃମଣ୍ଡଳୀଙ୍କ ଅପାରଗତା।

Bhadrak Medical ଭଦ୍ରକ ମେଡିକାଲ୍‌ ଠାରେ ଆହାର କେନ୍ଦ୍ର, ଶୌଚାଳୟ ଖୋଲ: ପୂର୍ବତନ ବିଧାୟକ ନରେନ୍‌ ପଲେଇମେଡିକାଲ୍‌ କଲେଜ ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ଗତ ଜୁନ ମାସ ୧୨ ତାରିଖ ପତ୍ରାଙ୍କ ୧୬୪୨୦ରେ ମେଡିକାଲ କଲେଜ ସ୍ଥାପନ ପାଇଁ ଜମି ଚିହ୍ନଟ ସମେତ ସ୍ଥିତି ସମ୍ପର୍କରେ ଜଣାଇବାକୁ କହିଥିଲେ ।

କିନ୍ତୁ ଜିଲ୍ଲାପାଳଙ୍କ ଦ୍ବାରା ଏନେଇ କୌଣସି  ଉତ୍ତର ନମିଳିବାରୁ ଗତ ଜୁଲାଇ ମାସ ୮ ତାରିଖ ପତ୍ରାଙ୍କ ୧୮୮୭୭ ମୂଳେ ପୁନର୍ବାର ଏ ସମ୍ପର୍କରେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାଙ୍କ ଦ୍ୱିତୀୟ ପତ୍ରକୁ ମଧ୍ୟ ୨ ମାସ ବିତିବାକୁ ବସିଛି ।

କିନ୍ତୁ ପ୍ରଶାସନିକ ସ୍ତରରେ କ'ଣ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ନେଇ ସମସ୍ତେ ଅନ୍ଧାରରେ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ବ୍ୟାନରକୁ ନେଇ ଉ‌ଷ୍ମ ହେଲା ଭଦ୍ରକ କଲେଜ ରାଜନୀତି, ପୁଲିସ ମୁତୟନ ଆସନ୍ତା ୧୫ ଦିନ ମଧ୍ୟରେ ମେଡିକାଲ କଲେଜ ସ୍ଥାପନ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଓ ଭଦ୍ରକ ବନ୍ଦ ଡାକରା ଦେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଜେନା, ବଳରାମ ରାଉତ, ବିଜୟ ବାରିକ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ଗୋଲାମ ମହିଉଦ୍ଦିନ, ରଂଜନ ଯେନା, ମନୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)