03 JULY 2026

Welcome!

Unlock your personalized experience.
Sign Up

Belly fat : ଅଫିସରେ ବସି ଚର୍ବି ଜମୁଛି କି ? ଜାଣନ୍ତୁ କେମିତି କମାଇବେ ପେଟ...

Jul 03, 2026 - 08:48
Belly fat : ଅଫିସରେ ବସି ଚର୍ବି ଜମୁଛି କି ? ଜାଣନ୍ତୁ କେମିତି କମାଇବେ ପେଟ...

ଭୁବନେଶ୍ଵର, ୩/୭ : ଆଜିକାଲି ଅଧିକାଂଶ ଅଫିସ କାମ କମ୍ପ୍ୟୁଟର ସାମ୍ନାରେ ବସିକରି କରାଯାଉଛି । ଦିନକୁ ୮ରୁ ୧୦ ଘଣ୍ଟା ଧରି ଗୋଟିଏ ଜାଗାରେ ବସି ରହିବା ଫଳରେ ଶରୀରରେ ଚର୍ବି ଜମିବା ଆରମ୍ଭ ହୁଏ, ବିଶେଷକରି ପେଟ ଚାରିପାଖରେ । ଏହା ଦେଖିବାକୁ ଖରାପ ଲାଗେ ନୁହେଁ, ବରଂ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ଫ୍ୟାଟି ଲିଭର ଭଳି ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ । 

ପ୍ରତି ୩୦–୪୫ ମିନିଟ୍‌ରେ ଚାଲନ୍ତୁ 

ଦୀର୍ଘ ସମୟ ବସି ରହିଲେ ଶରୀରର କ୍ୟାଲୋରୀ ବ୍ୟୟ କମିଯାଏ ଏବଂ ଚର୍ବି ଭାଙ୍ଗିବାରେ ସାହାଯ୍ୟକାରୀ ଏନଜାଇମ୍‌ ଲିପୋପ୍ରୋଟିନ୍‌ ଲାଇପେଜ୍‌ର କାର୍ଯ୍ୟକ୍ଷମତା ହ୍ରାସ ପାଏ । ମଧ୍ୟେ ମଧ୍ୟେ ଚାଲିବା ରକ୍ତସଞ୍ଚାଳନ ବଢ଼ାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସହାୟକ ହୁଏ । 

ଲିଫ୍‌ଟ ନୁହେଁ ସିଢ଼ି ବ୍ୟବହାର କରନ୍ତୁ 
ସିଢ଼ି ଚଢ଼ିବା ଏକ ଉତ୍ତମ ଏରୋବିକ୍‌ ବ୍ୟାୟାମ, ଯାହା ହୃତ୍‌ପିଣ୍ଡ ଓ ଫୁସ୍‌ଫୁସର କାର୍ଯ୍ୟକ୍ଷମତା ବଢ଼ାଏ । ଏହା ଅଧିକ କ୍ୟାଲୋରୀ ଖର୍ଚ୍ଚ କରି ପେଟ ଚାରିପାଖରେ ଜମିଥିବା ଚର୍ବି କମାଇବାରେ ସାହାଯ୍ୟ କରେ । 

ଜଙ୍କ ଫୁଡ୍‌ ଓ ମିଠା ପାନୀୟ କମାନ୍ତୁ 
ଜଙ୍କ ଫୁଡ୍‌ରେ ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍‌ ଫ୍ୟାଟ୍‌ ଥାଏ, ଯାହା ଅତିରିକ୍ତ କ୍ୟାଲୋରୀ ଯୋଗାଏ । ବିଶେଷକରି ମିଠା ପାନୀୟର ଫ୍ରୁକ୍ଟାଜ୍‌ ଯକୃତରେ ଚର୍ବି ଭାବେ ସଞ୍ଚିତ ହୋଇ ପେଟର ମୋଟାପଣ ବଢ଼ାଏ । 

ଅଧିକ ପାଣି ଓ ଫଳ-ସାଲାଡ୍‌ ଖାଆନ୍ତୁ 
ପାଣି ଶରୀରର ବିପାକ କ୍ରିୟା (ମେଟାବାଲିଜମ୍‌)କୁ ସକ୍ରିୟ ରଖିଥାଏ ଏବଂ ଅନାବଶ୍ୟକ ଖାଦ୍ୟ ଗ୍ରହଣକୁ କମାଏ । ଫଳ ଓ ସାଲାଡ୍‌ରେ ଥିବା ଫାଇବର୍‌ ଦୀର୍ଘ ସମୟ ଯାଏ ଭୋକ ହେବାକୁ ଦିଏନା । ଫଳରେ ଅତ୍ୟଧିକ ଖାଇବାକୁ ପଡେନି । 

୩୦ ମିନିଟ୍‌ ବ୍ୟାୟାମ କରନ୍ତୁ 
ନିୟମିତ ବ୍ୟାୟାମ ଶରୀରର ଶକ୍ତି ବ୍ୟୟ ବଢ଼ାଇ ଚର୍ବିକୁ ଶକ୍ତିରେ ପରିଣତ କରେ । ଏହା ଇନ୍‌ସୁଲିନ୍‌ର କାର୍ଯ୍ୟକ୍ଷମତା ବଢ଼ାଇ ମଧୁମେହ ଓ ମୋଟାପଣର ଆଶଙ୍କା କମାଏ । 

ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ 
ବିଶ୍ରାମ ଅଭାବ ହେଲେ ଭୋକ ବଢ଼ାଇବା ହର୍‌ମୋନ୍‌ ଘ୍ରେଲିନ୍‌ ବୃଦ୍ଧି ପାଏ ଏବଂ ପେଟ ଭରିଥିବାର ସଙ୍କେତ ଦେଉଥିବା ଲେପ୍‌ଟିନ୍‌ ହର୍‌ମୋନ୍‌ କମିଯାଏ । ଫଳରେ ଅଧିକ ଖାଦ୍ୟ ଖାଇବା ଏବଂ ଓଜନ ବଢ଼ିବାର ସମ୍ଭାବନା ବଢ଼ିଯାଏ । 

ଆହୁରି ପଢନ୍ତୁ- କ୍ୟାଲସିୟମର ଅଭାବ ନୁହେଁ , ଏହି ଅଭ୍ୟାସ ମଧ୍ୟ ହାଡ଼କୁ କରେ ଦୁର୍ବଳ