Bear: ଲମତାପୁଟରେ ଭାଲୁ ଆତଙ୍କ
"ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଗୁନେଇପଡା ସେବାଶ୍ରମ ସ୍କୁଲ ବାରଣ୍ଡାରେ ଭାଲୁ ରହିଥିଲା।
ସକାଳୁ ସକାଳୁ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଏପରିକି ଶିକ୍ଷକମାନେ ବି ସ୍କୁଲ କୁ ଯାଇନଥିଲେ | ସ୍କୁଲ ପିଲାମାନେ ଭୟରେ ସ୍କୁଲକୁ ଯାଇପାରିନଥିଲେ।
ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ସେଠାରୁ ଘଉଡ଼ାଇବା ପରେ ସମସ୍ତେ ସ୍କୁଲକୁ ଯାଇଥିଲେ |Advertisment ଅଭିଭାବକଙ୍କ ଚିନ୍ତା ବଢ଼ିଛି ସ୍କୁଲ ପରିସରରେ ଭାଲୁ ଶୋଇଥିବା ଦୃଶ୍ୟ ଦେଖି ଆତଙ୍କିତ ହୋଇପଡ଼ିଥିଲେ ସମସ୍ତେ ।
ବିଶେଷକରି ହଷ୍ଟେଲରେ ଛାତ୍ରଛାତ୍ରୀ ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।
ସ୍ଥାନୀୟ ଅଞ୍ଚଳଟି ଜଙ୍ଗଲ ନିକଟରେ ହୋଇଥିବାରୁ ଖାଦ୍ୟ ସନ୍ଧାନରେ ଭାଲୁଟି ସ୍କୁଲ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି ।
ତେବେ ଭାଲୁଟି କେଉଁଠାରୁ ଆସିଲା ଏବଂ ବର୍ତ୍ତମାନ କେଉଁଠି ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
Murder: ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା: ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
