BCCI Sent Clear Message: ଯଶସ୍ୱୀଙ୍କ ସହ ହେଉଛି କି ଅନ୍ୟାୟ? ବିସିସିଆଇକୁ କଡ଼ା ଚେତାବନୀ!
ଭାରତୀୟ କ୍ରିକେଟରେ ଚୟନ ପ୍ରକ୍ରିୟାକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର। ସେ କହିଛନ୍ତି, ଚୟନ ଭାରତୀୟ କ୍ରିକେଟର ସ୍ୱାର୍ଥରେ ହେବା ଉଚିତ୍।
କୌଣସି ବ୍ୟକ୍ତିଗତ ଖେଳାଳିଙ୍କ ସ୍ୱାର୍ଥରେ ନୁହେଁ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଛି। ଏହାକୁ ନେଇ ମାଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ରୋହିତ ୨୦୨୭ ବିଶ୍ୱକପ୍ ଯୋଜନାର ଅଂଶ, ତେବେ ଏହା ସ୍ପଷ୍ଟ କରାଯିବା ଦରକାର।
ସେପଟେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ଅବହେଳା କରାଯାଉଥିବା କହିଛନ୍ତି ମାଞ୍ଜରେକର। ଶେଷ ତିନି ଦିନିକିଆ ମ୍ୟାଚରେ ଦୁଇଟି ଶତକ ହାସଲ କରିଥିଲେ ଯଶସ୍ୱୀ।
ତଥାପି ତାଙ୍କୁ ଲଗାତାର ସୁଯୋଗ ମିଳୁନଥିବା ସେ କହିଛନ୍ତି।
ମାଞ୍ଜରେକରଙ୍କ ମତରେ, ଚୟନ କେବେ ବି ରୋହିତ, ବିରାଟ କିମ୍ବା ବୁମ୍ରାଙ୍କ ପାଇଁ ହେବା ଉଚିତ୍ ନୁହେଁ। ଚୟନ ସବୁବେଳେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ଧ୍ୟାନରେ ରଖି ହେବା ଦରକାର।ସେହିପରି ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ଗସ୍ତରେ ଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି ମାଞ୍ଜରେକର