Bari: ବାଙ୍କସାହି ନିକଟରେ ୧୫୦ ଫୁଟର ଘାଇ, ଜଳାର୍ଣ୍ଣବ ହେବ ବରୀ
"ବରୀ: ବ୍ରାହ୍ମଣୀନଦୀର ବନ୍ୟା ବିଶେଷ ଭାବେ ବରୀକୁ କ୍ଷତି ପହଞ୍ଚାଇଛି।
ବ୍ରାହ୍ମଣୀ ନଦୀର ବାମପାର୍ଶ୍ବରେ ଥିବା ଯାଜପୁର ଜିଲ୍ଲା ବାଙ୍କସାହି ନିକଟରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଛି।
ସେହିପରି ବ୍ରାହ୍ମଣୀର ଦକ୍ଷିଣପାର୍ଶ୍ବରେ ଥିବା ଚନ୍ଦନପୁରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ନଦୀବନ୍ଧରେ ପ୍ରଥମେ ଦୁଇଟି ସ୍ଥାନରେ ଘାଇ ହେବା ସହିତ ପରବର୍ତ୍ତୀ ସମୟରେ ନଦୀବନ୍ଧଟି ସଂପୂର୍ଣ୍ଣ ବୁଡ଼ିଯାଇଛି।
ଯାହାଫଳରେ ଚନ୍ଦନପୁର ଓ ମିର୍ଜାପୁର ଗ୍ରାମ ଜଳବନ୍ଦୀକୁ ଚାଲିଯାଇଛି।
ବାଙ୍କସାହି ଘାଇ ବିଶେଷ ଭାବେ ବରୀକୁ କ୍ଷତି ପହଞ୍ଚାଇବାକୁ ଯାଉଛି।Advertisment ଆହୁରି ପଢନ୍ତୁ: Jantar Mantar Protest: ଜନ୍ତର ମନ୍ତର ଆନ୍ଦୋଳନ: ଯୁବକଙ୍କ ଶରୀରରୁ ବାହାରିଲା ୭ଟି ପେଲେଟ୍ ଶଙ୍ଖାରିଗଡ଼ାଠାରୁ ବନ୍ୟା ସ୍ରୋତ ବୁଡ଼ାଇବା ଆରମ୍ଭ କରିଛି।
ଏହାର ପ୍ରଭାବ ସିଧାସଳଖ ଭାବେ ବରୀ ବଜାର ଉପରେ ପଡ଼ିବାକୁ ଯାଉଛି | କିମ୍ଭିରିଆପାଳ, ବାଇଶିରିଆ, ଅଟିରା, ବରୀ ରଂପା, ଅରଙ୍ଗାବାଦ ଅଲିପୁର, ବାଲିବିଲି, ଅନ୍ୟାସୀପୁର, କଳାମାଟିଆ ପଞ୍ଚାୟତକୁ ବନ୍ୟା ପାଣି ମାଡିଯିବ | ଅପରପକ୍ଷରେ ଖରସ୍ରୋତାର ବନ୍ୟା ପାଣିରେ ବରୀ କଳାମାଟିଆ ମୁଖ୍ୟରାସ୍ତାକୁ ବାଲିବିଲି ସାଇମନ୍ଦିର ନିକଟରେ ବୁଡ଼ାଇଥିଲା ବେଳେ କଳାମାଟିଆ ପର୍ଯ୍ୟନ୍ତ ମଧ୍ୟ ପ୍ରଭାବିତ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।