Bank News: ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନରଖି ଗ୍ରାହକ ଗଣିଲେ ୭୧୦୦ କୋଟି
"ନୂଆଦିଲ୍ଲୀ: ଆକାଉଣ୍ଟରେ ମାସିକ ସର୍ବନିମ୍ନ ହାରାହାରି ଜମା ବଜାୟ ରଖି ନପାରିବା କାରଣରୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ୨୦୨୫-୨୬ ଆର୍ଥିକବର୍ଷରେ ପ୍ରାୟ ୭୧୦୦ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି।
୨୦୨୪-୨୫ ଆର୍ଥିକବର୍ଷରେ ବ୍ୟାଙ୍କଗୁଡ଼ିକ ଏବାବଦରେ ୬୮୦୦ କୋଟି ଟଙ୍କା ଆଦାୟ କରିଥିଲେ।
Advertisment ୨୦୨୫-୨୬ରେ ଆଦାୟ ହୋଇଥିବା ଏବାବଦ ମୋଟ ରାଶି ମଧ୍ୟରୁ ପାଖାପାଖି ୭୦ ପ୍ରତିଶତ ବା ୪୯୪୮ କୋଟି ଟଙ୍କା ଘରୋଇ ବ୍ୟାଙ୍କଗୁଡ଼ିକ ଆଦାୟ କରିଛନ୍ତି।
ଘରୋଇ ବ୍ୟାଙ୍କଗୁଡ଼ିକର ଏ ବାବଦ ଜରିମାନା ଆଦାୟ ରାଶି ୧୭ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ସଂସଦରେ ସରକାର ସୂଚନା ଦେଇଛନ୍ତି।
ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଏହି ରାଶି ଆଦାୟ କରିବାରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା ଆଗରେ ରହିଛନ୍ତି।
ଚତୁର୍ଥ ସ୍ଥାନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ପଞ୍ଚମ ସ୍ଥାନରେ ଇଣ୍ଡିଆନ ବ୍ୟାଙ୍କ ରହିଛି।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ ବ୍ୟାଙ୍କଗୁଡ଼ିକ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା ଜରିଆରେ ଶୂନ୍ୟ ବାଲାନ୍ସ ସଞ୍ଚୟ ଆକାଉଣ୍ଟ ସୁବିଧା ପ୍ରଦାନ କରିଥାନ୍ତି।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲାଯାଉଥିବା ଆକାଉଣ୍ଟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ରହିଥାଏ।
ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ପାଇଁ ଏସବୁ ଆକାଉଣ୍ଟ ଖୋଲା ଯାଇଥାଏ।
ତେଣୁ ଏସବୁ ଜମା ଖାତାରୁ ସର୍ବନିମ୍ନ ଜମା ରଖି ନପାରିବା ବାବଦ ଜରିମାନା ଆଦାୟ ହୋଇ ନଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।