Bank data: ଷ୍ଟେଟ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ତଥ୍ୟ ଲିକ୍‌

Oct 21, 2026 - 23:26
Bank data: ଷ୍ଟେଟ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ତଥ୍ୟ ଲିକ୍‌

"ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଗୋପନୀୟ ତଥ୍ୟ ଲିକ୍‌ ହୋଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କର ୩,୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ୍‌ରେ ଲିକ୍‌ ହୋଇଛି।

ବ୍ୟାଙ୍କ ପକ୍ଷରୁ ଏହି ତଥ୍ୟ ଲିକ ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି।

Advertisment ପ୍ରାଥମିକ ତଦନ୍ତ ବେଳେ ଡାର୍କ ୱେବରେ ଥିବା ପ୍ରାୟ ୩ ଲକ୍ଷ ୭୫ ହଜାର ରେକର୍ଡ ମଧ୍ୟରୁ ୩,୮୯୭ଟି ରେକର୍ଡରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଥିବା ଚିହ୍ନଟ କରାଯାଇଛି।

ଏଥିରେ ଗ୍ରାହକଙ୍କ ନାମ, ମୋବାଇଲ୍‌ ନମ୍ବର, ଜନ୍ମ ତାରିଖ, ଇମେଲ ଠିକଣା, ଘରର ଠିକଣା ଓ ଗ୍ରାହକଙ୍କ ପରିଚୟ ସମ୍ପର୍କିତ ତଥ୍ୟ ରହିଛି।

ଏହା ସହିତ ଋଣ ଓ ଋଣ ପାଇଁ ଆବେଦନ ସମ୍ପର୍କିତ କିଛି ତଥ୍ୟ ମଧ୍ୟ ଲିକ୍‌ ହୋଇଛି।

ତେବେ ଏହି ଘଟଣା ବ୍ୟାଙ୍କର ଦୈନନ୍ଦିନ କାର୍ଯ୍ୟ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟାଙ୍କିଙ୍ଗ୍‌ ସେବା ଉପରେ କୌଣସି ବଡ଼ ପ୍ରଭାବ ପକାଇନାହିଁ ବୋଲି ଷ୍ଟେଟ୍‌ ବ୍ୟାଙ୍କ କହିଛି।

ବ୍ୟାଙ୍କର ସମସ୍ତ ମୁଖ୍ୟ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି।

HDFC Bank: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛାଡ଼ିବେ ଭରୁଚା ଅନ୍ୟପକ୍ଷରେ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଜଣେ ଅଧିକାରୀ ବ୍ୟାଙ୍କର ଗୋପନୀୟ ତଥ୍ୟ ଲିକ୍‌ କରିଥିବା ଖବର ସାମନାକୁ ଆସିଛି।

ବ୍ୟାଙ୍କ ତରଫରୁ କରାଯାଇଥିବା ତଦନ୍ତରୁ ଏହା ଜଣାପଡ଼ିଛି।

କିଛି ସମ୍ବେଦନଶୀଳ ତଥ୍ୟ ବାହାରକୁ ଯାଇଛି।

ତାହାର ଅପବ୍ୟବହାର ହୋଇଛି ନା ନାହିଁ, ତାହା ଜାଣିବାକୁ ବ୍ୟାଙ୍କ ପ୍ରୟାସ କରୁଛି।

ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କୁ ମଧ୍ୟ ବ୍ୟାଙ୍କ ଚିହ୍ନଟ କରିଛି।

ତଦନ୍ତ ସମ୍ପର୍କିତ ସୂଚନା କିଛି ବୋର୍ଡ ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି।

ତେ‌ବେ ଏହି ଘଟଣାରେ ବ୍ୟାଙ୍କ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜଣାପଡ଼ିନାହିଁ।

ନୈତିକତା ଓ ଶାସନର ଉଚ୍ଚ ମାନକ ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)