Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

Aug 28, 2026 - 00:21
Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୨୦୧୪ ଅଗଷ୍ଟ ୨୮ ତାରିଖରେ ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ‌ଯୋଜନା (ପିଏମ୍‌ଜେଡିୱାଇ)କୁ ୧୨ ବର୍ଷ ପୂରଣ ହୋଇଛି।

୧୨ ବର୍ଷ ମଧ୍ୟରେ ମଧ୍ୟରେ ଦେଶରେ ଏହି ଯୋଜନାରେ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିବା ସହିତ ଜମାରାଶି ପରିମାଣ ୩.୧୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏଥିସହ ୪୧.୨୯ କୋଟି ସଂଖ୍ୟକ ରୁପେ କାର୍ଡ ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟରୁ ଜଣାଯାଇଛି।Advertisment ଦେଶରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇଦେବା ସହି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ନେବା ପାଇଁ ଏହି ଯୋଜନା କରାଯାଇଛି।

ବିଶେଷକରି ବ୍ୟାଙ୍କ ନଥିବା ଅଞ୍ଚଳ ଏବଂ ଆର୍ଥିକ ଦୃଷ୍ଟିରୁ ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଏହା ହୋଇଥିଲା।

ପିଏମ୍‌ଜେଡିୱାଇରେ ୭୮ ପ୍ରତିଶତ ଆକାଉଣ୍ଟ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବାବେଳେ ପ୍ରାୟ ୫୬ ପ୍ରତିଶତ ଆକାଉଣ୍ଟ ମହିଳାଙ୍କ ପାଖରେ ରହିଛି।

ଗତ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଏହି ଯୋଜନା ଅଧୀନରେ ଆକାଉଣ୍ଟ ପିଛା ହାରାହାରି ଜମାରାଶି ୫୩୫୬ ଟଙ୍କା ରହିଛି।

ଗତ ୧୨ ବର୍ଷ ମଧ୍ୟରେ ଆକାଉଣ୍ଟ ପିଛା ହାରାହାରି ଜମାରାଶି ପ୍ରାୟ ୩.୪ ଗୁଣା ବୃଦ୍ଧି ଘଟିଛି।

Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ପିଏମଜେଡିୱାଇ ‌କୋଟି କୋଟି ଲୋକଙ୍କୁ ସଶକ୍ତ କରିଛି।

ବିଶେଷକରି ସମାଜର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛି।

ଏହି ଯୋଜନା ଦେଶରେ ବ୍ୟାଙ୍କିଂ ଓ ଆର୍ଥିକ ରୂପରେଖକୁ ବଦଳାଇ ପାରିଛି ବୋଲି ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି।

ସମାଜର ତଳସ୍ତରରେ ଥିବା ସବୁଠୁ ଗରିବ ଲୋକଙ୍କୁ ମଧ୍ୟସ୍ଥଙ୍କୁ ସାମିଲ ନକରି ବିନା ବିଳମ୍ବରେ ଆର୍ଥିକ ସେବା ପ୍ରଦାନ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)