Bank : ପାରାଗୁଏରେ ବ୍ୟାଙ୍କ ଦେବାଳିଆରୁ ରାଜନୈତିକ ଭୂକମ୍ପ
ଆସୁନସିଅନ: ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ଏକ ଡିଜିଟାଲ ବ୍ୟାଙ୍କର ପତନ ଦେଶର ରାଜନୀତିକୁ ଦୋହଲାଇ ଦେଇଛି।
ୟୁଏନୋ ବ୍ୟାଙ୍କ ନାମକ ଏହି ଡିଜିଟାଲ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି।
୬୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପାରାଗୁଏରେ ପାଖାପାଖି ଅଧା ବା ୩୦ ଲକ୍ଷ ଗ୍ରାହକଙ୍କ ଜମାରାଶି ଓ କାରବାର ପ୍ରଭାବିତ ହୋଇଛି।
ଏହି ଘଟଣା ଦେଶରେ ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି।
ସାଣ୍ଟିଆଗୋ ପେନା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପୂର୍ବତନ ଅର୍ଥନୀତିଜ୍ଞ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ହୋଇଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ରପତି ପଦରୁ ମହାଭିଯୋଗ ପ୍ରସ୍ତାବରେ ବିଦା କରାଯାଇଛି।
ବିଦା ହେବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି।
ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ପେଡ୍ରୋ ଆଲିଆନା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ୟୁଏନୋ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଫଳରେ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ିଛନ୍ତି।
ବ୍ୟାଙ୍କରେ ଜମା ଥିବା ସରକାରୀ ପାଣ୍ଠି ପ୍ରତି ମଧ୍ୟ ବିପଦ ଦେଖାଦେଇଛି।
Advertisment ଆହୁରି ପଢନ୍ତୁ : ENT Doctor: ଦୀପାବଳିରେ ବାଣ ଫୁଟାଇବା ବେଳେ ସାବଧାନ!
ଶ୍ରବଣଶକ୍ତି ହରାଇବାର ରହିଛି ଆଶଙ୍କା ୟୁଏନୋ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଗତ ୩ ତାରିଖରେ ପାରାଗୁଏର କେନ୍ଦ୍ରୀୟ ବ୍ୟାଙ୍କ ଏହାର ଆର୍ଥିକ କାରବାରରେ ହସ୍ତକ୍ଷେପ କରିଥିଲା।
ଆଇନ ଅନୁଯାୟୀ ଆବଶ୍ୟକ ସର୍ବନିମ୍ନ ପୁଞ୍ଜି ଅନୁପାତଠାରୁ ୟୁଏନୋ ବ୍ୟାଙ୍କର ପୁଞ୍ଜି କମିଯାଇଥିଲା।
ମାଲିକଙ୍କ ସହ ସମ୍ପର୍କିତ କମ୍ପାନିଗୁଡ଼ିକୁ ଅଧିକ ଋଣ ଦେବା ଏବଂ ଋଣ କାରବାରରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା।
ଏହି ବ୍ୟାଙ୍କର ମୂଳ କମ୍ପାନି ଗ୍ରୁପୋ ଭାଜ୍କେଜ୍ ସହ ପୂର୍ବରୁ ରାଷ୍ଟ୍ରପତି ପେନାଙ୍କ ବ୍ୟବସାୟିକ ସମ୍ପର୍କ ଥିଲା।
ଯଦିଓ ସେ ଏହି କମ୍ପାନିରେ ନିଜର ଅଂଶଧନ ୨୦୨୫ ମାର୍ଚ୍ଚରେ ବିକ୍ରି କରିଥିବା କହିଛନ୍ତି ତଥାପି ରାଜନୈତିକ ପ୍ରଭାବ ବ୍ୟବହାର କରି ୟୁଏନୋ ବ୍ୟାଙ୍କ କୁ ସୁବିଧା ଦେବା ଓ ନିୟାମକ ସଂସ୍ଥାର ତଦାରଖକୁ ପ୍ରଭାବିତ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।
ପେନା କିନ୍ତୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ନଭେମ୍ବର ୫ରେ ପେନା ରାଷ୍ଟ୍ରପତି ପଦରୁ ଇସ୍ତଫା ଘୋଷଣା କରିଥିଲେ।
କିନ୍ତୁ ନଭେମ୍ବର ୬ରେ ସଂସଦର ଉଚ୍ଚସଦନ ତାଙ୍କୁ ମହାଭିଯୋଗ ପ୍ରକ୍ରିୟାରେ ପଦରୁ ହଟାଇଥିଲା।
ପରେ ତାଙ୍କୁ ଗୃହବନ୍ଦୀ କରାଯାଇଛି।
ପେଡ୍ରୋ ଆଲିଆନା ୨୦୨୮ ଅଗଷ୍ଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ।
ଆହୁରି ପଢନ୍ତୁ : Odisha Startup: ଓ-ହବଠାରେ ବିଜନେସ୍ ଓ ଇନୋଭେସନ୍ ରାଉଣ୍ଡଟେବୁଲ୍ ଅନୁଷ୍ଠିତ ବ୍ୟାଙ୍କରେ ଟଙ୍କା ଅଟକି ରହିବା ପରେ ଗ୍ରାହକମାନେ ରାସ୍ତାକୁ ଓହ୍ଲାଇଛନ୍ତି।
ଅନ୍ୟପକ୍ଷରେ ବ୍ୟାଙ୍କର ୨୭ ଜଣ ଅଧିକାରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଛି।
ନୂଆ ସରକାର ଜମାକାରୀଙ୍କୁ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଘଟଣା ପାରାଗୁଏର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ସରକାରୀ ଆର୍ଥିକ ତଦାରଖ ଉପରେ ବଡ଼ ପ୍ରଶ୍ନ ଉଠାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
