Welcome!

Unlock your personalized experience.
Sign Up

Banakalagi Ritual: ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Jul 19, 2026 - 10:27
Banakalagi Ritual: ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ୧୯/୦୭:  ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହାକୁ ଠାକୁରଙ୍କ ବନକଲାଗି ନୀତି କୁହାଯାଏ । ରବିବାର ଏହି ସ୍ୱତନ୍ତ୍ର ନୀତି ହେବ । ପରଦିନ ଅର୍ଥାତ୍ ସୋମବାର ରହିଛି ହେରାପଞ୍ଚମୀ । ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ମହାପ୍ରଭୁଙ୍କ ସମ୍ମୁଖକୁ ଯିବା ସହ ନନ୍ଦିଘୋଷ ଭାଙ୍ଗିବେ । ଏଣୁ ମହାଲକ୍ଷ୍ମୀଙ୍କ ବିଜେ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ବିଧି ସମ୍ପନ୍ନ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତମହାପାତ୍ର ସେବକମାନେ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ବନ୍ଦ ହେବ ସୂଚନା ରହିଛି ।

ଅଧିକ ପଢ଼ନ୍ତୁ :-  Adapa Darshan: ଜନ୍ମବେଦିରେ ବିଜେ ମହାବାହୁ, ଆଡ଼ପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭଡ଼ି, ଆଜି ମିଳିବ ଆଡ଼ପ ଅବଢ଼ା

 

ଦୁଇ ସିନ୍ଦୁକରେ ଆସିଛି ନୀତି ସଜ

ମହାପ୍ରଭୁଙ୍କ ଅନନ୍ୟ ରୀତିନୀତି ପାଇଁ ଲୋଡ଼ା ସମସ୍ତ ସାମଗ୍ରୀ । ଯାତ୍ରା ସମୟରେ ମଧ୍ୟ ଏସବୁ ଲୋଡ଼ା ହୁଏ । ରଥରେ ୨ ସିନ୍ଦୁକରେ ଯାଇଥାଏ ଠାକୁରଙ୍କ ନୀତି ଓ ବେଶ ସଜ । ନନ୍ଦିଘୋଷ ରଥରେ ରହିଥାଏ ଏହି ବିଶାଳ ସିନ୍ଦୁକ । ଗୋଟିଏରେ ଥାଏ ଠାକୁରଙ୍କ ୬ ମୂର୍ତ୍ତି ଆଦି ଆବଶ୍ୟକ ସୁବର୍ଣ୍ଣ ଅଳଙ୍କାର । ବେଶ ଭୂଷା ଅଳଙ୍କାର ଆଦି ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱାବଧାନରେ ରହିଥାଏ । ଅନ୍ୟଟିରେ ରୁପା ପିଙ୍ଗଣ, ବଟା, ବିଭିନ୍ନ ପାତ୍ର ଓ ପାଟପସ୍ତ୍ର ଆଦି ସଜବାଜ ରହିଥାଏ । ଏହା ଚାଙ୍ଗଡ଼ା ମେକାପ ଅଧୀନରେ ରୁହେ । କୋଠସୁଆଁସିଆ ସେବକମାନେ ସିନ୍ଦୁକକୁ ବୋହି ନେବାଆଣିବା କରିଥାନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।